www.samajalive.in
Monday, December 8, 2025
16.1 C
Bhubaneswar

ଜ୍ୟୋର୍ତିବିଦ୍ ସୋମନାଥ ରଥଙ୍କ ବିୟୋଗ

ବାଙ୍କୀ:ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ପଞ୍ଚାୟତ ଅଧିନ ଘାସିପୁଟ ଗ୍ରାମର ଜ୍ୟୋର୍ତିବିଦ୍ ସୋମନାଥ ରଥ(୭୦ବର୍ଷ) ଙ୍କର ଗୁରୁବାର ଦିନ ସନ୍ଧ୍ୟାରେ କଟକ ବଡମେଡିକାଲ ଠାରେ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ନିଜ ବାସଭବନରେ ଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଆସିବାରୁ ସେ ଅସୁସ୍ଥ ହୋଇଯାଇଥିଲେ। ପରିବାର ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ନେଇଥିଲା ବେଳେ ସନ୍ଧ୍ୟା ୭ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଖବର ପ୍ରସାରିତ ହେଲା ପରେ ରାତି ରେ ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଶୁଭେଚ୍ଛୁ ଓ ବିଶିଷ୍ଟ ଲୋକମାନଙ୍କର ଗହଳି ଜମିଥିଲା। ସ୍ୱର୍ଗତ ସୋମନାଥ ରଥ ଜଣେ ଧର୍ମ ପରାୟଣ,ପରୋପକାରୀ ମଣିଷ ଭାବରେ ଅଂଚଳରେ ଯେତିକି ପରିଚିତ ଜ୍ୟୋର୍ତିବିଦ୍ ଓ ବାସ୍ତୁଶାସ୍ତ୍ର ବିଶାରଦ ଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଓ ପଡୋଶୀ ଅଂଚଳରେ ବେଶ୍ କ୍ଷ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ଅଂଚଳରେ ନୂଆଘର ନିର୍ମାଣ କରିବା,ଘରର ବାସ୍ତୁ ଦୋଷ କାଟିବା କାର୍ଯ୍ୟରେ ସୁଖ୍ୟାତି ଅର୍ଜନ କରିଥିବା ସ୍ୱର୍ଗତଃ ରଥଙ୍କ ବିୟୋଗରେ ଅଂଚଳରେ ଶୋକ ଓ ଶୂନ୍ୟସ୍ଥାନ ପଡିଛି। ଘାସିପୁଟ ଗ୍ରାମପଞ୍ଚାୟତ ଠାରେ ଗୁରୁବାର ରାତ୍ରିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ବେଳେ ବଡପୁଅ ମୁଖାଗ୍ନି ଦେଇଛନ୍ତି। ସ୍ଥାନୀୟ ଅରାଚଣ୍ଡି ସେବା ସମବାୟ ସମିତିରେ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇ ୨୦୦୮ ମସିହାରୁ ଅବସର ଗ୍ରହଣ କଲା ପରେ ଜ୍ୟୋର୍ତିବିଦ୍ ଭାବରେ ନିଜର କାର୍ଯ୍ୟ କରି କ୍ଷ୍ୟାତି ଅର୍ଜନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories