ଜିଓକୁ ୩୪ ଲକ୍ଷ ଜରିମାନା
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଗୁଣାତ୍ମକ ସେବା ଯୋଗାଇ ପାରି ନଥିବା ଅଭିଯୋଗରେ ରିଲାଏନ୍ସ ଜିଓ ଉପରେ ୩୪ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ)। ରିଲାଏନ୍ସ ସହିତ ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଇଣ୍ଡିଆ ଓ ଆଇଡିଆ ସେଲୁଲାର ଉପରେ ମଧ୍ୟ ଜରିମାନା ଧାର୍ଯ୍ୟ କରାଯାଇଛି। ଭାରତୀ ଏୟାରଟେଲ୍ ଉପରେ ୧୧ ଲକ୍ଷ ଟଙ୍କା, ଆଇଡିଆ ଉପରେ ୧୨ ଲକ୍ଷ ଟଙ୍କା ଓ ଭୋଡାଫୋନ୍ ଉପରେ ୪ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ଟେଲିକମ୍ ଅପରେଟରଙ୍କ ଗତ ତିନିମାସର ସେବାର ମାନ ଓ କାର୍ଯ୍ୟ ଦକ୍ଷତା ଆଧାରରେ ଏହି ଜରିମାନା ଧାର୍ଯ୍ୟ କରାଯାଇଛି।