ଜାମ୍ମୁ କାଶ୍ମୀର ଲୋକଙ୍କ ପାଖରେ ନିଜ କଥା ରଖିବା ପାଇଁ ୫ ଭାଷାର ବ୍ୟବହାର କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରାଜ୍ୟସଭା ଓ ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ଲୋକଙ୍କ ପାଖରେ ନିଜ ବାର୍ତ୍ତା ରଖିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ୫ଟି ଭାଷାର ବ୍ୟବହାର କରିଛନ୍ତି।
ମୋଦୀ ୫ଟି ଭାଷାରେ ଟ୍ୱିଟ୍ କରି ନିଜ ବାର୍ତ୍ତା ଦେଇଛନ୍ତି। ଏହି ୫ ଭାଷା ମଧ୍ୟରେ ଇଂରାଜୀ, ହିନ୍ଦୀ, ଉର୍ଦ୍ଧୁ, ପଞ୍ଜାବୀ ଏବଂ ଲଦାଖି ରହିଛି। କାରଣ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଏହି ୫ ଭାଷା କୁହାଯାଉଛି। ମୋଦୀ ନିଜ ବାର୍ତ୍ତାରେ କହିଛନ୍ତି ଯେ ‘ଐତିହାସିକ ମୁହୂର୍ତ୍ତ। ଏକତା ଏବଂ ଅଖଣ୍ଡତା ପାଇଁ ସାରା ଦେଶ ଏକଜୁଟ। ଜୟ ହିନ୍ଦ। ଆମ ସଂସଦୀୟ ଲୋକତନ୍ତ୍ର ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ଜାମ୍ମୁ କାଶ୍ମୀର ସମ୍ପର୍କିତ ଐତିହାସିକ ବିଧେୟକ ବହୁମତରେ ପାରିତ ହୋଇଛି। ଜାମ୍ମୁ କାଶ୍ମୀର ଭଉଣୀ ଏବଂ ଭାଇଙ୍କ ସାହାସକୁ ସଲାମ କରୁଛି। ଆଜି ପର୍ଯ୍ୟନ୍ତ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଲୋକଙ୍କ ଭାବାବେଗ ସହ ଖେଳୁଥିଲେ, ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ଏବଂ ବିକାଶର ଅଣଦେଖା କରୁଥିଲେ। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଏବେ ଏଭଳି ଲୋକଙ୍କ କବଳରୁ ସ୍ୱାଧୀନ ହୋଇଛି। ଏକ ନୂଆ ସକାଳ ଏବଂ ସୁସ୍ଥ କାଲି ପାଇଁ ପ୍ରସ୍ତୁତ ରୁହନ୍ତୁ। ମୋଦୀଙ୍କ ଏହି ଟ୍ୱିଟ୍କୁ ଅନେକ ରିଟ୍ୱିଟ୍ କରିଛନ୍ତି।
Comments are closed.