ଚାଲେଞ୍ଜ୍ ଗ୍ରହଣ କରିଛନ୍ତି ଈଶାନ୍

0

ଗାମୀ ଚଳଚ୍ଚିତ୍ର ‘ଧଡ଼କ’ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଦୁଇ ନବାଗତ ଈଶାନ୍ ଖଟ୍ଟର ଓ ଜାହ୍ନବୀ କପୁର। ଦୁହେଁ ସିନେଜଗତ ସହ ବେଶ୍ ପରିଚିତ କାରଣ ସେମାନଙ୍କ ପରିବାର ଲୋକେ ଚଳଚଚ୍ଚିତ୍ରଜଗତ ସହ ପୂର୍ବରୁ ଜଡ଼ିତ। ନିକଟରେ ଏକ ସାକ୍ଷାତକାରରେ ଈଶାନ୍ କହିଛନ୍ତି, ମୋର ଦୃଢ଼ ବିଶ୍ବାସ ଯେ ଏହି ଚଳଚ୍ଚିତ୍ରଟି ସମସ୍ତ ପିଢ଼ିର ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ବଡ଼ ଭାଇ ଶାହିଦ୍ କପୁର ତାଙ୍କର ଶ୍ରେଷ୍ଠ ମାର୍ଗଦର୍ଶକ। ଚଳଚ୍ଚିତ୍ର ସୁଟିଂ ସମୟରେ ନିଜ ଅନୁଭୂତିକୁ ନେଇ ଈଶାନ୍ କହିଛନ୍ତି, ମାତ୍ର ୪୪ଦିନରେ ସୁଟିଂ ସମାପ୍ତ ହୋଇଥିଲା। ପ୍ରଯୋଜକ କରନ୍ ଜୋହର୍‌ଙ୍କ ମତରେ ଦୁଇ ନବାଗତଙ୍କ ସହ କାମ କରିବା ସତ୍ତ୍ବେ ଏତେ ଶୀଘ୍ର ସୁଟିଂ ସରିବା ନିହାତି ଭାବେ ଖୁସିର ଖବର। ଡିସେମ୍ବରରେ ଉଦୟପୁରରେ ସୁଟିଂ ଚାଲିଥିଲା। ଏକ ଛୋଟ ପୁଷ୍କରିଣୀରେ ସେ ଲମ୍ଫ ପ୍ରଦାନ କରିବା ଦୃଶ୍ୟ ଥିଲା। ପାଣି ଖୁବ୍ ଥଣ୍ଡା ଥିଲା, ଏହା ବାଦ୍ ନିଜ ଚ୍ୟାଲେଞ୍ଜକୁ ସ୍ବୀକାର କରି ସେ ଆଗକୁ ବଢ଼ିଥିଲେ। ଜାହ୍ନବୀଙ୍କ ସମ୍ପର୍କରେ ତାଙ୍କ ମତ ହେଲା, ସବୁଥିରେ ଧୁରନ୍ଧର। କୌଣସି କାମକୁ ପଛଘୁଞ୍ଚା ଦେବାକୁ ଭଲପା’ନ୍ତି ନାହିଁ ଏହି ଯୁବ ଅଭିନେତ୍ରୀ। ଜୁଲାଇ ୨୦ରେ ସର୍ବଭାରତୀୟ ସ୍ତରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି।

kalyan agarbati
Leave A Reply