BJD Bijuli 480×75 Mob

କ୍ରିକେଟର ମହମ୍ମଦ ସାମିଙ୍କ କାର ଦୁର୍ଘଟଣା, ମୁଣ୍ଡରେ ଆଘାତ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ରବିବାର ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେ ଅଭ୍ୟାସ ଲାଗି ଶୁକ୍ରବାର ଡେରାଡୁନସ୍ଥିତ ଅଭିମନ୍ୟୁ କ୍ରିକେଟ ଏକାଡେମୀକୁ ଆସିଥିଲେ। ସାମି ଟ୍ରେନିଂ ସାରି ଦିଲ୍ଲୀ ଫେରୁଥିବାବେଳେ ତାଙ୍କ କାର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଥିଲା। ସୂଚନାଯୋଗ୍ୟ, ମହମ୍ମଦ ସାମି ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ ତରଫରୁ ଖେଳିବେ। ଦଳରେ ସାମିଲ ହେବା ପୂର୍ବରୁ ନିଜକୁ ଶାରିରୀକ ଓ ମାନସିକ ଭାବେ ଫିଟ୍‌ ରହିବା ପାଇଁ ସେ ଡେରାଡୁନ ଆସିଥିଲେ। ଗତ କିଛିଦିନ ହେଲା ସାମି ବିବାଦପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କ ପତ୍ନୀ ହସିନ ଜାହାଁ ବ୍ୟଭିଚାର ସହ ମ୍ୟାଚ ଫିକ୍ସିଂ ଆଦି କେତେକ ଅଭିଯୋଗ ସାମିଙ୍କ ବିରୋଧରେ ଆଣିଛନ୍ତି। କିନ୍ତୁ ବିସିସିଆଇ ନିଜ ତଦନ୍ତରେ ସାମିଙ୍କୁ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଦୋଷମୁକ୍ତ କରିଛି।

Leave A Reply