କେନ୍ଦ୍ରାଞ୍ଚଳ ରେଳବାଇକୁ ବିନା ଟିକଟ ଯାତ୍ରୀଙ୍କଠାରୁ ମିଳିଛି ୪୨.୧୫କୋଟି

0

ନୂଆଦିଲ୍ଲୀ: କେନ୍ଦ୍ରାଞ୍ଚଳ ରେଳବାଇ ବିନା ଟିକଟ ଯାତ୍ରୀଙ୍କ ଠାରୁ ଆଦାୟ କରିଛି ୪୨.୧୫କୋଟି ଟଙ୍କା। ଏପ୍ରିଲରୁ ମେ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଳବାଇକୁ ଏହି ପରିମାଣର ରୋଜଗାର ହୋଇଛି। ଏହି ସମୟସୀମା ମଧ୍ୟରେ ମୋଟ୍‍ ୭.୫୯ଲକ୍ଷ ଲୋକଙ୍କୁ ରେଳବାଇ ଫାଇନ କରିଛି। ବିନା ଟିକଟ ଯାତ୍ରୀ ଓ ନିୟମ ଠାରୁ ଅଧିକ ସାମଗ୍ରୀ ନେଇ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଖରୁ ଏହି ଟଙ୍କା ଆଦାୟ କରିଛି ରେଳବାଇ। ଏବାବଦରେ ୭.୨୫ଲକ୍ଷ ମାମଲା ମଧ୍ୟ ରେଳବାଇ ପକ୍ଷରୁ ରୁଜୁ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ରେଳବାଇର ରୋଜଗାରରେ ୪.୭୦ପ୍ରତିଶତ ବୃଦ୍ଧି ପାଇଛି।

Leave A Reply