www.samajalive.in
Monday, December 15, 2025
24.1 C
Bhubaneswar

କନ୍ଧମାଳକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ଫୁଲବାଣୀ: କନ୍ଧମାଳରେ ଦିନକୁ ଦିନ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ଜି.ଉଦୟଗିରିରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲସିୟସରେ ପହଞ୍ଚି ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ହୋଇଥିବା ବେଳେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ଏହି ତିନି ଅଞ୍ଚଳରେ ଆଗକୁ ତାପମାତ୍ରା ଅଧିକା କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସପ୍ତାହ ହେଲା

ସମଗ୍ର ଜିଲାରେ ଅସମ୍ଭାଳ ଶୀତ ଅନୁଭୁତ ହେଉଛି। ଶୀତ ବଢ଼ୁଥିବାରୁ ଦାରିଙ୍ଗବାଡ଼ି, ଫୁଲବାଣୀ, ରାଇକିଆ ଓ ତୁମୁଡ଼ିବନ୍ଧ ଭଳି ବିଭିନ୍ନ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ଦାରିଙ୍ଗବାଡ଼ିରେ ଗତ ଦୁଇଦିନ ହେଲା କିଛି ୟୁରୋପୀୟ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି।

- Advertisement -

ବିଦେଶୀ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ଦାରିଙ୍ଗବାଡ଼ି ସ୍ଥିତ କସମ୍‍ରୁ ହଳଦୀ ଓ ଅନ୍ୟ କେତେକ ସାମଗ୍ରୀ ମଧ୍ୟ କ୍ରୟ କରିଛନ୍ତି। ସନ୍ଧ୍ୟା ହେଲେ ଲୋକେ ନିଆଁ ଚାରିପାଖରେ ବସୁଥିବା ପରିଲକ୍ଷିତ ହେଉଛି। ଜିଲାର ଅଧିକାଂଶ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଶୀତ ଆଶ୍ରୟସ୍ଥଳୀ ଖୋଲା ଯାଇନଥିବା ଅଭିଯୋଗ ହୋଇଛି। ରାତିରେ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଥିବା ଚାଳକମାନେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories