www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା ବିଧାନ ପରିଷଦକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦକୁ ଆଜି କ୍ୟାବିନେଟ୍‍ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ କମିଟି ବିଧାନ ପରିଷଦ ଗଠନ ପ୍ରସ୍ତାବ ସହିତ ଆଠଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।
କ୍ୟାବିନେଟ୍‍ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରାଯିବ। ଏହା ଉପରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ ପରେ ଚିଠା ପ୍ରସ୍ତାବ ଆଗତ କରାଯାଇ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ।
ପ୍ରାଥମିକ ସୂଚନା ଅନୁଯାୟୀ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ୪୯ଜଣ ସଦସ୍ୟ ରହିବେ। ସଦସ୍ୟମାନେ ବିଧାନସଭା ସଦସ୍ୟ ବା ବିଧାୟଙ୍କ ସହିତ ସମାନ ହାରରେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଇବେ। ବିଧାନ ପରିଷଦ ଗଠନ, ଦରମା ଓ ଭତ୍ତା ଏବଂ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୩୫ କୋଟି ଟଙ୍କା ଖର୍ଚ୍ଚ କରିବେ।
ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରେ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟକୁ ଯାଇ ସେଠାକାର ବ୍ୟବସ୍ଥାବଳୀ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଏହି କମିଟିରେ ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ, ବିରୋଧୀ ଦଳର ଭୁଜବଳ ମାଝି, ନିତେଶ ଗଙ୍ଗଦେବ ସଦସ୍ୟ ଥିଲେ। ଉକ୍ତ ରିପୋର୍ଟ ଆଧାରରେ ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
କ୍ୟାବିନେଟ୍‍ ମଞ୍ଜୁରୀ ମିଳିଥିବା ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ଭ୍ୟାଟ୍‍ ବଦଳରେ ଜିଏସ୍‍ଟି ଲାଗୁ ପାଇଁ ଓଡ଼ିଶା ରୁଲ୍‍ସ ଅଫ୍‍ ବିଜିନେସ୍‍ରେ ସଂଶୋଧନ, ୩୧ଟି ଅବକାରୀ ଅଧୀକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଅବକାରୀ ସେବା ନିୟମ ୨୦୦୨ର ପୁନଃସଂଶୋଧନ, ଓଡ଼ିଶା-ବିହାର ତୀର୍ଥସ୍ଥଳ ଆଇନ ୧୯୨୦ର ଉଚ୍ଛେଦ, କଳିଙ୍ଗ ସାଥୀ ଋଣର ସରଳୀକରଣ, ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ର ସଂଶୋଧନ ଆଦି ରହିଥିବା ଜଣାପଡ଼ିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories