www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶାକୁ ପ୍ରଶଂସା,ସରକାରଙ୍କୁ ନିନ୍ଦା

ଝାରସୁଗୁଡ଼ା: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସମୃଦ୍ଧ। ଓଡ଼ିଶାର ବରପୁତ୍ରମାନଙ୍କର ଜ୍ଞାନ, ତ୍ୟାଗ, ବଳିଦାନ ଓ ସାହସର ପଟ୍ଟାନ୍ତର ନାହିଁ। ଓଡ଼ିଶା ରତ୍ନଗର୍ଭା। କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ ଓଡ଼ିଶାବାସୀ ଗରିବ। ଓଡ଼ିଶାର ଗରିବ ଲୋକଙ୍କ୍‍ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ଶୁକ୍ରବାର ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ସମାବେଶରେ ଏଭଳି ଢଙ୍ଗରେ ଓଡ଼ିଶା ସରକାରଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଟ ଉପରେ କହିବାକୁ ଗଲେ ଓଡ଼ିଶା ମାଟି ଓ ସଂସ୍କୃତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିବା ବେଳେ ଓଡ଼ିଶ।। ସରକାରଙ୍କୁ ସବୁ କ୍ଷେତ୍ରରେ ଖରାପ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।
ତାଳଚେର ସାର କାରଖାନା ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ କେତେକ ପ୍ରସଙ୍ଗରେ ଆରୋପ କରିଥିଲେ। ବିଶେଷକରି ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ସମେତ ଅନେକ କ୍ଷେତ୍ରରେ ଓଡ଼ିଶା ପଛୁଆ ବୋଲି ଅଭିଯୋଗ କରିଥିଲେ। ଶେଷରେ ଓଡ଼ିଶାର ଟଙ୍କିକିଆ ଚାଉଳ ଯୋଜନାରେ କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ଼ ଭୂମିକା ଥିବା ହିସାବ ଦେଇଥିଲେ। ଏହାପରେ ଝାରସୁଗୁଡ଼ାଠାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦ୍‍ଘାଟନ ଅବସରରେ ସେ ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ଗୁଜରାଟର କଚ୍ଛ ସହିତ ତୁଳନା କରି ସେଠାରେ ୫ଟି ବିମାନ ବନ୍ଦର ଥିବା ବେଳେ ସ୍ୱାଧୀନତା ପରଠାରୁ ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର ଏତେ ବିଳମ୍ବରେ କାହିଁକି ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।

ତା’ ପରେ ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର ଓଡ଼ିଶା ସରକାରଙ୍କ ବିରୋଧରେ ଅଧିକ ଶାଣିତ ହୋଇଉଠିଥିଲା। ମୋଟାମୋଟି ଭାବେ ସେ କହିଥିଲେ ଯେ ଭ୍ରଷ୍ଟାଚାର ଓଡ଼ିଶା ସରକାରଙ୍କ ପରିଚୟ ପାଲଟିଛି। ସବୁ ବିଭାଗରେ ଦୁର୍ନୀତି ହେଉଛି। ବିନା ଲାଞ୍ଚ ବା ପିସିରେ ଗରିବଙ୍କ କାମ ହୋଇପାରୁନାହିଁ। କୃଷକଙ୍କ ଧାନ ନିମ୍ନମାନର ବୋଲି ଦର୍ଶାଯାଉଛି। ବିକାଶ ଦିଗରେ ସରକାରଙ୍କ ଆଭିମୁଖ୍ୟ ଗୁରୁତ୍ୱପୂ୍‍ର୍ଣ୍ଣ। କିନ୍ତୁ ସରକାର ବିକାଶ ପାଇଁ ଉଦାସୀନ ଥିବା ଜଣାପଡ଼ୁଛି। ଯେତେବେଳେ ସବୁ ବିଭାଗରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଛି ସେତେବେଳେ ବିକାଶ କିଭଳି ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ମୋଦି କହିଛନ୍ତି ଯେ ଏହାଦ୍ୱାରା ଓଡ଼ିଶ।।ର ଲୋକ ଦେଶର ସବୁ ସ୍ଥାନରେ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରିବେ। କିନ୍ତୁ ଓଡ଼ିଶା ସରକାରଙ୍କ ଯୋଜନା ସୀମିତ। ଓଡ଼ିଶାର କୁପୋଷଣ, ମାତୃ ଓ ଶିଶୁ ମୃତ୍ୟୁ ହାର ଚିନ୍ତାର କାରଣ ହୋଇଛି। ପରିବର୍ତ୍ତନ ହିଁ ବିକାଶର ଧାରା ଓ ଓଡ଼ିଶାରେ ପରିବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories