www.samajalive.in
Friday, December 5, 2025
26.1 C
Bhubaneswar

୭ଟି ଏ କେ ୪୭ ରାଇଫଲ୍‍ ସହିତ ପୁଲିସ ଅଧିକାରୀ ଫେରାର

ଶ୍ରୀନଗର: ଏକ ଅଭାବନୀୟ ଘଟଣାକ୍ରମେ ପୁଲିସ ବାହିନୀର ଜଣେ ଅଧିକାରୀ ୭ଟି ଏକେ ୪୭ ରାଇଫଲ୍‍, ସର୍ଭିସ ପିସ୍ତଲ୍‍ ସହିତ ଫେରାର ହୋଇଯାଇଛନ୍ତି। ଜଣେ ନେତାଙ୍କ ସୁରକ୍ଷା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା। ଅଦିଲ୍‍ ବସିର ନାମକ ଏହି ପୁଲିସ ଅଧିକାରୀ ଜଣକ କୌଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ଜବାହାର ନଗର ସ୍ଥିତ ପିଡିପି ବିଧାୟକ ଏ ଅହମ୍ମଦ ମିରଙ୍କ ସୁରକ୍ଷା ପାଇଁ ବସିରଙ୍କୁ ନିୟୋଜିତ କରାଯାଇଥିଲା। ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ୍‍ ଭାବରେ ପରିଗଣିତ ଉକ୍ତ ଅଞ୍ଚଳରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ ଓ ରାଜନେତା ରହୁଛନ୍ତି। ଏହି ଘଟଣାରେ ପରେ ସମଗ୍ର କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି। ବସିରଙ୍କ ସହିତ ଏକାଧିକ ଲୋକଙ୍କ ସମର୍ଥନ ଥିବା ସନ୍ଦେହ କରାଯାଉଛି। ତେଣୁ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଉଛି। ପଳାତକ ବସିରଙ୍କ ବିଷୟରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।
ଆତଙ୍କବାଦୀଙ୍କ ଧମକ ପରେ ଜାମୁ-କାଶ୍ମୀରରେ ଗତ ୧୦ ଦିନ ମଧ୍ୟରେ ୪୦ରୁ ଊଦ୍ଧ୍ୱର୍ ଏସ୍‍ପିଓ ଇସ୍ତଫା ଦେଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories