www.samajalive.in
Saturday, December 6, 2025
15.1 C
Bhubaneswar

ଇଣ୍ଡୋନେସିଆରେ ଭୂକମ୍ପ ଓ ସୁନାମୀ: ୩୮୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ପରେ ଟିସୁନାମୀ ଆସିଛି। ଏହାର ପ୍ରଭାବରେ ଏ ପର୍ଯ୍ୟନ୍ତ ୩୮୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଭୂକମ୍ପ ଓ ସୁନାମୀ ପ୍ରକୋପରେ ଧ୍ୱଂସ ସ୍ତୂପ ତଳେ ହଜାର ହଜାର ଲୋକ ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପାଲୁ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଛି।
ପ୍ରଥମେ ଭୂକମ୍ପର ଝଟ୍‍କା ଅନୁଭୂତ ହୋଇଥିଲା। ଏହାର କିଛି ଘଣ୍ଟା ପରେ ସୁଲେୱେସିରେ ଟି ସୁନାମୀ ଆସିଥିଲା। ୧.୫ ମିଟର ଉଚ୍ଚରେ ସମୁଦ୍ର ଲହଡ଼ି ଆସି ସହରରେ ପଶିଥିଲା। ଏଥିରେ କୋଠାବାଡ଼ି ଭୁଶୁଡ଼ି ପଡ଼ିବା ସହିତ ସମଗ୍ର ସହର ଧ୍ୱଂସସ୍ତୂପ ପାଲଟି ଯାଇଛି। ଶହ ଶହ ସଂଖ୍ୟାରେ ଲୋକେ ମୃତାହତ ହୋଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଆହତଙ୍କ ସୁଅ ଛୁଟିବାରେ ଲାଗିଛି। ସବୁ ଡାକ୍ତରଖାନା ଭର୍ତ୍ତି ହୋଇସାରିଥିବାରୁ ବାହାରେ ଖୋଲା ଆକାଶ ତଳେ ଆହତଙ୍କ ଚିକିତ୍ସା ଚାଲୁଛି। ସୁନାମୀ ଉତ୍ପତ୍ତି ସ୍ଥଳରୁ ୮୦ କିମି ପର୍ଯ୍ୟନ୍ତ ଏହାର ଝଟ୍‍କା ଅନୁଭୂତ ହୋଇଥିଲା। ସୁନାମୀ ଯୋଗୁଁ ୩,୫୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାବାହିନୀକୁ ନିୟୋଜିତ କରାଯାଇଛି।
ଗତ ଜୁଲାଇ ଓ ଅଗଷ୍ଟ ମାସରେ ଇଣ୍ଡୋନେସିଆର ଲୋମବୋକ୍‍ରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ୨୦୦୪ରେ ୯.୧ ତୀବ୍ରତାର ଭୂକମ୍ପରେ ଇଣ୍ଡୋନେସିଆ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ତା ପରେ ପରେ ଆସିଥିବା ଟିସୁନାମୀରେ ୧, ୬୮,୦୦୦ ଇଣ୍ଡୋନେସିଆବାସୀଙ୍କ ସମେତ ୨ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।
ସେହିପରି ୨୦୧୦ରେ ସୁମାତ୍ରାରେ ଉପକୂଳରେ ଟିସୁନାମୀରେ ୪୩୦ ଜଣଙ୍କ ଓ ଜାଭା ଉପକୂଳରେ ୬୦୦ ମୃତ୍ୟୁ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories