www.samajalive.in
Sunday, December 7, 2025
14.1 C
Bhubaneswar

ଆରଡିପୀଠରେ ଗଡିଲା ରଥ ; ମଣିବାବାଙ୍କୁ ଲାଗି ହେଲା ଗଜାମୁଗ ଭୋଗ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ରଥଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ଗଜାମୁଗ ଭୋଗ ଲାଗି ହେବା ସହ ପୀଠରେ ଥିବା ଜଗନ୍ନାଥ ମନ୍ଦିର, ଭୂଇଁପୁର ଜଗନ୍ନାଥ ମନ୍ଦିର ଧନିପାଢୀ ସାହି, ମାଳିଘର, ପହଣା, ମଠଡିହ ପତିତ ପାବନ ମନ୍ଦିର, ଓଳଗ, ସାଠିବାଙ୍କୁଡା, ଦୋହରାପାଟଣା, ସୁନ୍ଦରପୁର ଆଦି ସମସ୍ତ ମନ୍ଦିରରେ ମହାଆଡମ୍ବର ସହ ରଥଯାତ୍ରା ନୀତିକାନ୍ତି ପାଳିତ ହୋଇଛି। ଗତକାଲି ସମସ୍ତ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତୀଙ୍କର ନବଯ÷ାବନ ଦର୍ଶନ ସରିବା ପରେ ଗୁରୁବାର ଭୋରରୁ ରଥଯାତ୍ରା ନିମନ୍ତେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ ଆଦି ନୀତି ସକାଳ ୯ଟା ସୁଦ୍ଧା ସରିବା ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ନୂତନ ବସ୍ତ୍ର ଲାଗି ଓ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପରେ ଘଟସ୍ଥାପନ, ଦ୍ୱାରପାଳ ପୂଜା, ପାର୍ଶ୍ବଦେବତା ପୂଜା, ସୂର୍ଯ୍ୟପୂଜା, ଗୋପୂଜା ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଏପଟେ ଭୂଇଁପୁର ଜଗନ୍ନାଥ ମନ୍ଦିର ଓ ଧନିପାଢୀ ସାହିର ସମସ୍ତ ନୀତିକାନ୍ତି ଅପରାହ୍ଣ ୩ଟା ସୁଦ୍ଧା ସମ୍ପୂର୍ଣ୍ଣ ହେବା ପରେ ରଥ ମାର୍ଜନା, ଛେରାପହଁରା ଆଦି ନୀତି ଅନୁଷ୍ଠିତ ହୋଇ ମାଉସୀମା ଘର ଅଭିମୁଖେ ରଥ ଗଡିଥିଲା। ଅନ୍ୟପଟେ ମଣିବାବାଙ୍କ ମନ୍ଦିରରେ ଦୈନଦିନ ରୀତିନୀତି ଅନୁଯାୟୀ ଭୋର ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ସକାଳ ନୀତିକାନ୍ତି ଅପରାହ୍ଣ ୪ଟା ସୁଦ୍ଧା ସରିବା ପରେ ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ସେବାୟତମାନଙ୍କ ପକ୍ଷରୁ ଗଜାମୁଗରେ ପ୍ରସ୍ତୁତ ପଞ୍ଚାମୃତ ଭୋଗ ଲାଗି କରାଯାଇଥିଲା। ପରେ ମନ୍ଦିର ମାର୍ଜନା କରାଯାଇ ବଡସିଂହାର ବେଶ ଓ ଷୋଡଶ ଉପଚାରନୀତି ଅନୁଷ୍ଠିତ ହୋଇଥିଲା। ଭୁଇଁପୁରରେ ଚତୁର୍ଦ୍ଦା ମୂର୍ତ୍ତୀଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୁଢ କରାଯିବା ପରେ ରଥରେ ଛେରା ପହଁରା ନୀତି କରାଯାଇ ଘଣ୍ଟ, ଘଣ୍ଟ।।, କିର୍ତ୍ତନ ସହ ଭକ୍ତମାନଙ୍କ ଗହଣରେ ଗଡିଥିଲା ରଥ। ଭକ୍ତମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ସମସ୍ତ ଜଗନ୍ନାଥ ମନ୍ଦିର ପରିସର। ରଥଟଣା ନୀତିକାନ୍ତିର ଶାନ୍ତିଶୃଙ୍ଖଳା ନିମନ୍ତେ ଆରଡି ଫାଣ୍ଡି ଥାନାଧିକାରୀ ବ୍ରଜକିଶୋର ଦାସଙ୍କ ତ୍‍ତ୍ତ୍ୱାବଧାନରେ ବିଭିନ୍ନ ମନ୍ଦିର ଓ ମଠ ପରିସରରେ ସୁରକ୍ଷାବ୍ୟବସ୍ଥା କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories