ଭୁବନେଶ୍ୱର:ଚଳିତବର୍ଷଠାରୁ ୧୫ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବାକୁ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ସର୍ବାଧିକ ୩ରୁ ୫ବର୍ଷ ଭିତରେ ଡିଗ୍ରୀ କଲେଜରୁ +୨କୁ ପୃଥକ କରାଯିବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ବୈୖଠକରେ ନିଷ୍ପତ୍ତି ହୋଇଛି।
ଏହାପରେ ଅର୍ଥ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ନୂଆ ପଦ ସୃଷ୍ଟି ସହିତ ନିଯୁକ୍ତି ପାଇଁ ମଞ୍ଜୁରି ମିଳିପାରିବ।
ଇତିମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବ୍ୟାଙ୍କ ସହାୟତା ପ୍ରାପ୍ତ ୬୭ଟି କଲେଜକୁ ତାଲିକାଭୁକ୍ତ କରିଛି ଯେଉଁଠାରେ ଯୁକ୍ତ ଦୁଇ ପୃଥକୀକରଣ ସମ୍ଭବ। ଏସବୁ ବିଦ୍ୟାଳୟରେ ୧୩୭ଟି ପିଜିଟି ପଦ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ନୂଆ ନିଯୁକ୍ତି ପର୍ଯ୍ୟନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା କନିଷ୍ଠ ଅଧ୍ୟାପକ, ଅଧ୍ୟାପକ ଓ ପ୍ରାଧ୍ୟାପକ କାର୍ଯ୍ୟ ତୁଲାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବୈଠକରେ ସୂଚନା ଦେଇଥିଲେ।
ଆଉ ୧୫ ହାଇସ୍କୁ୍ଲ୍ରେ ଖୋଲିବ ଯୁକ୍ତ ଦୁଇ
Popular Categories



