ଆଇଏସ୍ ଆକ୍ରମଣରେ ସିରୟା-ଇରାନର ୩୦ ସୈନ୍ୟ ମୃତ
ଡାମାକସ୍ : ସିରିୟାର ପାଲ୍ମାୟରା ସହରରେ ମଙ୍ଗଳବାର ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀଙ୍କ ଆକ୍ରମଣରେ ସିରିୟା ଏବଂ ଇରାନ ସେନାର ଅନ୍ୟୁନ୍ ୩୦ ସୈନ୍ୟ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ପୂର୍ବ ସିରିୟାସ୍ଥିତ ସେନା ପୋଷ୍ଟ ଉପରେ ଆଇଏସ୍ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବୋମା ଖଞ୍ଜିତ ଗାଡ଼ିର ବ୍ୟବହାର କରିଥିଲେ । ଏଥିରେ ଅନ୍ୟୁନ୍ ୩୦ ସୈନ୍ୟ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଡାମାକସ୍ରରେ ଥିବା ଆଇଏସ୍ ଆତଙ୍କବାଦୀଙ୍କ ଉପରେ ସିରିୟା, ଇରାନ ସେନା ମିଳିତ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଆଇଏସ୍ ପ୍ରତିଶୋଧ ପରାୟଣ ହୋଇ ଏହି ଆକ୍ରମଣ କରିଛି। ଉଲ୍ଲେଖ ଯେ ସିରିୟାରେ ଜାରି ଗୃହଯୁଦ୍ଧ ସମୟରେ ଆଇଏସ୍ ଆତଙ୍କବାଦୀ ପାଲ୍ମାୟରା ସହରକୁ ଦୁଇ ଥର ନିଜ ଦଖଲକୁ ନେଇଥିଲେ। ଏହି ସହରର ବହୁ କାଳକୃତୀକୁ ସେମାନେ ନଷ୍ଟ କରିଦେଇଛନ୍ତି । ସିରିୟା ରାଜଧାନୀ ଡାମାକସ୍ଠାରୁ ୨୧୫ କିଲୋମିଟର ଦୂର ମରୁଭୂମିରେ ପାଲ୍ମାୟରା ସହର ଅବସ୍ଥିତ । ୧୯୮୦ରେ ୟୁନିସ୍କୋ ପାଲ୍ମାୟରା ସହରକୁ ବିଶ୍ୱ ଐହିତ୍ୟ ସ୍ଥାନର ମାନ୍ୟତା ଦେଇଥିଲା । ୨୦୧୫ ମେ’୨୧ରେ ଆଇଏସ୍ ଆତଙ୍କବାଦୀ ଏହି ସହରକୁ ନିଜ କବ୍ଜାକୁ ନେଇଥିଲେ । ୨୦୧୬ରେ ସହରକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରାଯାଇଥିଲା ।