www.samajalive.in
Monday, December 15, 2025
24.1 C
Bhubaneswar

ଅନୁକମ୍ପାମୂଳକ ଚାକିରି ଲୋଭରେ ସାନ ଭାଇକୁ ଗୁଳି କରି ହତ୍ୟା

ଦେବଗଡ଼: ଆଜି ସକାଳେ ଦେବଗଡ ଏସ୍‌.ପି.ଙ୍କ ସରକାରୀ ବାସଭବନଠାରୁ ମାତ୍ର ଏକଶହ ମିଟର ଦୂରତ୍ୱରେ ଥିବା ଏକ ଘରୁ ଜଣେ ସିକ୍ୟୁରିଟୀ ଗାର୍ଡଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହାଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣା ଆଜି ସମଗ୍ର ଦେବଗଡ଼ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମିଳିଥିବା ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଏସ୍‌.ପି.ଙ୍କ ସରକାରୀ ବାସଭବନରୁ ମାତ୍ର ଏକଶହ ମିଟର ଦୂରରେ ବୈଷ୍ଣବ ବଳୁଆ ନାମକ ଜଣେ ବ୍ୟକ୍ତି ସପରିବାର ରହୁଥିଲେ। ବୈଷ୍ଣବ ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟ ଜୋନ ଅଫିସରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ଚାକିରି କରୁଥିବା ସମୟରେ କିଛିବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଏହି ଚାକିରି ପାଇଁ ବଡ଼ପୁଅ ସଚ୍ଚିଦାନନ୍ଦ ଓ ସାନପୁଅ ରାଜେନ୍ଦ୍ର ମଧ୍ୟରେ ଟଣାଓଟରା ଚାଲିବା ସହ ଦୁଇଭାଇଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳିଗୋଳ ଲାଗିରହିଥିଲା। ଏପରିକି ଏହିକାରଣରୁ ବଡଭାଇ ସଚ୍ଚିଦାନନ୍ଦ ବସାଲଇ ଗ୍ରାମସ୍ଥିତ ତା’ର ଶ୍ୱଶୁର ଘରେ ରହୁଥିବା ବେଳେ ସାନଭାଇ ରାଜେନ୍ଦ୍ର (ଅବିବାହିତ) ପକ୍ଷାଘାତ ରୋଗରେ ପୀଡିତା ବିଧବା ମା’ଙ୍କ ଏକାକୀ ରହୁଥିଲେ। ଏହି କ୍ରମରେ ଗତକାଲି ବଡଭାଇ ସଚ୍ଚିଦାନନ୍ଦ ଦେବଗଡ ସ୍ଥିତ ପୈତୃକ ଘରକୁ ଆସି ରାଜେନ୍ଦ୍ରଙ୍କୁ ଗାଳିଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ଉକ୍ତ ଘର ଅଗଣାରେ ରାଜେନ୍ଦ୍ରଙ୍କ ଗୁଳିବିଦ୍ଧ ମୃତଦେହ ପଡ଼ିଥିବା ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଘର ପାଚେରୀ ପଛପଟେ ଥିବା ଏକ ବୁଦାମୁଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ସଚ୍ଚିଦାନନ୍ଦର ମୋବାଇଲ ଫୋନଟିକୁ ମଧ୍ୟ ଜବତ କରିଥିଲା। ମୃତ ରାଜେନ୍ଦ୍ର ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପିତା ବୈଷ୍ଣବ ବଳୁଆ ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟ ଜୋନ ଅଫିସରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିବାରୁ ଉତ୍ତରାଧିକାରୀ ଭାବେ ଥଇଥାନ ଚାକିରି ପାଇଁ ଦୁଇଭାଇ (ସଚ୍ଚିଦାନନ୍ଦ ଓ ରାଜେନ୍ଦ୍ର)ଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଅନେକ ସମୟରେ ଗଣ୍ଡଗୋଳ ଘଟୁଥିଲା। ଏଣୁ ସଚ୍ଚିଦାନନ୍ଦ ହିଁ ରାଜେନ୍ଦ୍ରଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ବଡଭାଇ ସଚ୍ଚିଦାନନ୍ଦ ଫେରାର ଥିବାରୁ ଏହା ପୁଲିସର ସନ୍ଦେହକୁ ଅଧିକ ଦୃଢ଼ୀଭୁତ କରୁଛି। ଗତକାଲି ରାତ୍ରୀରେ ବଡପୁଅ ସଚ୍ଚିଦାନନ୍ଦ ତାଙ୍କ ଘରକୁ ଆସି ସାନପୁଅ ରାଜେନ୍ଦ୍ରକୁ ପାଟିତୁଣ୍ଡ କରିଥିଲା ବୋଲି ପକ୍ଷାରୋଗରେ ପୀଡିତା ଶଯ୍ୟାଶାୟୀ ମା’ ପୁଲିସ ଏସ୍‌.ପି. ଅନୁପମା ଜେମ୍ସଙ୍କ ସମ୍ମୁଖରେ ପ୍ରକାଶ କରିଥିବା ଜଣାପଡ଼ିଛି। ଘଟଣାପରେ ପୁଲିସର ସାଇଣ୍ଟିିଫିକ ଟିମ ଘଟଣା ସ୍ଥଲକୁ ଆସି ତଦନ୍ତ କରି ଫେରିଯାଇଛନ୍ତି। ଘଟଣା ସମ୍ପର୍କରେ ମୃତ ରାଜେନ୍ଦ୍ରଙ୍କ ଭଉଣୀ ଶୁକୃବାରୀ ବଳୁଆ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିବାସହ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିଛି। ସର୍ବଶେଷ ସୂଚନା ଅନୁଯାୟୀ ଦେବଗଡ ଥାନା ପୁଲିସ ଅଭିଯୁକ୍ତ ସଚ୍ଚିଦାନନ୍ଦଙ୍କ ସ୍ତ୍ରୀକୁ ଥାନାକୁ ଆଣି ପଚାଉଚରା ଜାରୀ ରଖଥିବା ଜଣାପଡ଼ିଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories