OMC 1 banner

ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର, ୩୦ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ: ୧୦୮ ଆମ୍ବୁଲାନ୍ସକୁ ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ଫୁଲବାଣୀ ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ, ୧୦୮ ଆମ୍ବୁଲାନ୍ସର ଜିଲା ସ୍ତରୀୟ ଲିଡ଼ର ସୁନୀଲ କୁମାର ମିଶ୍ର, ଡାଟା ମ୍ୟାନେଜମେଣ୍ଟ ପ୍ରଶାନ୍ତ କୁମାର ରତ୍ନାଲୁ ,ଲ୍ୟାବ ଟେକ୍ନିସିଆନ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Comments are closed.