www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ; ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା

ଭୁବନେଶ୍ୱର : ମେ’ ୧୦ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟକଣା ଗୁରୁବାର ଜାରି କରାଯାଇଛି। ଜନପଥରେ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୁଲିସ। ମେ’୧୦ରେ ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡି ଚଳାଚଳ ମନା। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା। ଏହାସହ ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..

- Advertisement -

ପ୍ରାୟ ୧ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ନୋ ଫ୍ଲାଇଂ ଜୋନ୍ କରାଯିବ। ବମ୍ ସ୍କ୍ଵାର୍ଡ ଏବଂ ଡଗ୍ ସ୍କ୍ଵାର୍ଡ ମୁତୟନ ରହିବେ। ୫ ଡେପୁଟି କମିଶନର , ୧୦ ଅତିରିକ୍ତ ଡେପୁଟି କମିଶନର, ୨୭ ଏସିପି, ୪୧ ଇନ୍ସପେକ୍ଟର , ୫୫ ପ୍ଲାଟୁନ୍ ଫୋର୍ସ ଏବଂ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ। ପରିବହନ ବିଭାଗ , ସ୍ଵାସ୍ଥ୍ୟ ବିଭାଗ ଏବଂ ବିଏମସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories