www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତର ନିରନ୍ତର ମାନବିକ ସହାୟତାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଶଂସା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ୍ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଚାଲିଥିବା ରୁଷିଆ-ୟୁକ୍ରେନ୍ ସଂଘର୍ଷ ଉପରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଭାରତର ଜନ-କେନ୍ଦ୍ରୀତ ଆଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଆଗକୁ ଯିବାର ବାଟ ଭାବରେ ଆଲୋଚନା ଓ କୂଟନୀତି ପାଇଁ ଆହ୍ୱାନ ଦେଇଥିଲେ।

ପତି-ପତ୍ନୀଙ୍କ ଅଦ୍ଭୁତ କଳା: ୯ ବର୍ଷର ବାଳକକୁ ରାମଲାଲା ରୂପେ ସଜାଇଲେ, ଛୁଟିଲା ପ୍ରଶଂସାର ସୁଅ

- Advertisement -

ଉଭୟ ପକ୍ଷ ମଧ୍ୟରେ ସମସ୍ତ ସମସ୍ୟାର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି ବୋଲି ସେ ଆଲୋକପାତ କରିଥିଲେ। ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ତା’ର ସାମର୍ଥ୍ୟ ଭିତରେ ସବୁ କିଛି ଜାରି ରଖିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ଜନସାଧାରଣଙ୍କ ପାଇଁ ଭାରତର ନିରନ୍ତର ମାନବିକ ସହାୟତାକୁ ପ୍ରଶଂସା କରିଛନ୍ତି।

ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ, ଆଭିମୁଖ୍ୟ ଲୋଡ଼ିଲେ ହାଇକୋର୍ଟ

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories