www.samajalive.in
Monday, December 15, 2025
26.1 C
Bhubaneswar

କେବେ ଏମିତି ଚିଙ୍ଗୁଡି ପ୍ରସ୍ତୁତ କରିଛନ୍ତି କି?

ଆବଶ୍ୟକ ସାମଗ୍ରୀ:
ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି- ୨୦ରୁ ୨୫ଟି
କ୍ରିମ୍‌- ୨କପ୍‌
ପିଆଜ- ୨ଟି
ଟମାଟୋ- ୩ଟି
ହଳଦି- ୧ଚାମଚ
ଲେମ୍ବୁ
ଲୁଣ- ୧ଚାମଚ
ଲଙ୍କା ଗୁଣ୍ଡ-୧ଚାମଚ
ଅଦା ରସୁଣ ପେଷ୍ଟ- ୧କପ୍‌
ଦହି- ୨କପ୍‌
ଜିରା- ୧ଚାମଚ
ଗରମ ମସଲା- ୨ଚାମଚ
ତେଲ- ୧ଚାମଚ
ଘିଅ- ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଗୋଟିଏ ପାତ୍ରରେ ଅଦା,ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଲେମ୍ବୁ ରସ ଓ ଲୁଣ ମିଶାଇ ରଖି ଦିଅନ୍ତୁ । ସେଥିରେ ଚିଙ୍ଗୁଡ଼ିକୁ ଗୋଳାଇ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ତାପରେ କଡ଼େଇରେ ଘିଅ ପକାଇ ଚିଙ୍ଗୁଡ଼ିକୁ ଭାଜନ୍ତୁ । ଭାଜି ହୋଇ ସାରିବା ପରେ ଚିଙ୍ଗୁଡ଼ିକୁ ଅନ୍ୟ ଏକପାତ୍ରରେ ରଖନ୍ତୁ । କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ପକାଇ ଭାଜନ୍ତୁ । ତାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ପାଞ୍ଚ ମିନିଟ ପରେ ସେଥିରେ ଅଦା ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ହଳଦି,ଲୁଣ ପକାଇ ୧ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ଟମାଟୋ ପକାନ୍ତୁ । ଅଳ୍ପ ଆଞ୍ଚରେ ୫ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ମସଲା ଗାଢ଼ା ହେବା ପରେ ସେଥିରେ କ୍ରିମ୍‌,ଦହି ଓ ଗରମ ମସଲା ପକାନ୍ତୁ । ଅଳ୍ପ ସମୟ ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ । ତାପରେ ସେଥିରେ ଲୁଣ ପକାଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଚିଙ୍ଗୁଡ଼ି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories