www.samajalive.in
Monday, December 15, 2025
24.1 C
Bhubaneswar

ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ମହିଳା ୟୁଟ୍ୟୁବର ଗିରଫ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଜଣେ ମହିଳା ୟୁଟ୍ୟୁବର ଗିରଫ ହୋଇଛନ୍ତି। ସେ ହେଲେ ଜ୍ୟୋତି ମାଲହୋତ୍ରା। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍‌ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ।

ଜ୍ୟୋତିଙ୍କର ‘ଦେଶୀ ଇଣ୍ଡୋ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ସେ ଅନେକ ସମୟରେ ବିଦେଶ ଗସ୍ତ କରନ୍ତି। ପାକିସ୍ତାନକୁ ମଧ୍ୟ ଏକାଧିକ ଥର ଗସ୍ତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବାକୁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

- Advertisement -

ସୂଚନା ଅନୁସାରେ, ଜ୍ୟୋତି ପ୍ରଥମେ ପାକିସ୍ତାନ ଯାଇଥିବା ସମୟରେ ଅହଶନ ଉର ରହିମ ଓରଫ ଦାନିଶ ନାମକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ଭାରତ ଫେରିବା ପରେ ବି ସେ ଦାନିସ ସହ ଯୋଗାଯୋଗରେ ରହିଥିଲେ।

୨ୟ ଥର ପାକ୍ ଗସ୍ତ କରିବା ସମୟରେ ଅଶନ ଜରିଆରେ ସେ ଅଲି ଅହଶନ ନାମକ ଅନ୍ୟ ଜଣେ ବ୍ୟକ୍ତି ସହ ପରିଚିତ ହୋଇଥିଲେ। ଅଲି ଅହଶନ ଜ୍ୟୋତିଙ୍କୁ ଆଇଏସଆଇର ସଦସ୍ୟ ସହିତ ପରିଚିତ କରାଇଥିଲା। ଏହା ପରଠାରୁ ଜ୍ୟୋତି ଭାରତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିବା ଆରମ୍ଭ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories