www.samajalive.in
Sunday, December 7, 2025
26.1 C
Bhubaneswar

‘ମେଜର’ ଟିମ୍‌ ଓ ସନ୍ଦୀପ ଉନ୍ନିକୃଷ୍ଣନଙ୍କ ମାତା ପିତାଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପ୍ୟାନ୍‌ ଇଣ୍ଡିଆ ଫିଲ୍ମ ‘ମେଜର’ ମୁକ୍ତିଲାଭ କରିବାର ଏତେ ଦିନ ପରେ ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସାଧାରଣ ଲୋକଙ୍କ ସହ ସେନା ଯବାନ, ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି। ଏହି କ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ନିକଟରେ ‘ମେଜର’ ଟିମ୍‌ ଏବଂ ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ପିତା ମାତା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଛନ୍ତି। ଉତ୍କୃଷ୍ଟ ସଫଳତା ପାଇଁ ଯୋଗୀ ପୁରା ଦଳକୁ ଅଭିନନ୍ଦନ ଜଣାଇଛନ୍ତି।


ଯୋଗୀ ଆଦିତ୍ୟନାଥଙ୍କ ଭଳି ବଡ଼ ରାଜନେତାଙ୍କଠାରୁ ପ୍ରଶଂସା ପାଇବା ପରେ ମେଜରର ପୁରା ଟିମ୍‌ ଗର୍ବିତ ଅନୁଭବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଫିଲ୍ମର ଟିମ୍‌ ଏବଂ ମେଜରଙ୍କ ପିତାମାତାଙ୍କୁ ବିଶେଷ ଉପହାର ମଧ୍ୟ ପ୍ରଦାନ କରିଛନ୍ତି। ଏହି ଭେଟ ସମୟର କିଛି ଫଟୋ ଚଳଚ୍ଚିତ୍ରର ଅଭିନେତା ଆଦିଭି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏଥିସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘‘ଉତ୍ତରପ୍ରଦେଶର ମାନନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫିଲ୍ମର ଟିମ୍‌, ଚାଚା ଓ ଅମ୍ମା(ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ମାତା ପିତା)ଙ୍କ ସାକ୍ଷାତ ସମୟର ସ୍ମରଣୀୟ ମୁହୂର୍ତ୍ତ। ତାଙ୍କଠାରୁ ଚଳଚ୍ଚିତ୍ରର ପ୍ରଶଂସା ଶୁଣି ଏବଂ ଉପଢୌକନ, ରୂପା ମୁଦ୍ରା ଉପହାରରେ ପାଇ ଅଦ୍ଭୁତ ଖୁସି ଅନୁଭବ ହେଉଛି। ପ୍ରକୃତ ସମ୍ମାନ।’’

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories