ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଡେସ୍କ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ଠାରେ ପତଞ୍ଜଳୀ ଯୋଗ ସମିତି କଟକ ଜିଲ୍ଲା ସହାୟତାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଯୋଗ ଶିବିରକୁ ପତଞ୍ଜଳୀ ଯୋଗ ସମିତି କଟକ ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୈତ୍ୟାରି ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ ଶରୀର ଓ ମନ ପାଇଁ ଯୋଗର ଉପକାରିତା ସମ୍ବନ୍ଧରେ ଆଲୋକପାତ କରିବା ସହ ଧୈର୍ଯ୍ୟ,ଏକାଗ୍ରତା,ଆତ୍ମସଂଯମତା ତଥା ଚେତନାର ବିକାଶ ନିମନ୍ତେ ଛାତ୍ରଛାତ୍ରୀମାନେ ନିଜ ଜୀବନଶୈଳୀରେ ଯୋଗକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଟ୍ରେନର ଭାବେ ପତଞ୍ଜଳୀ ତରଫରୁ ସାଗର ରଞ୍ଜନ ନାୟକ ଓ ସ୍ୱାଗତୀକା ମହାନ୍ତି ତଥା ବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ପ୍ରମୋଦ କୁମାର ପାଲ୍‌‌ ଓ ସାମୟିକ କ୍ରୀଡ଼ା ଶିକ୍ଷକ ସୁଦେଷ୍ନା ଭୂୟାଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଯୋଗାସନ ଶିଖାଇଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଷଡ଼ଙ୍ଗୀ, ଆଶାଲତା ବେହେରା, ପୁଷ୍ପିତା ନାୟକ, ପ୍ରମିଳା ଜେନା, ଅମ୍ବିକା ପୃଷ୍ଟି, ସୌଭାଗ୍ୟ ମଞ୍ଜରୀ ମହାପାତ୍ର, ରାଜକିଶୋର ଚୌଧୁରୀ, ମଦନ ମୋହନ ବେହେରା, ସସ୍ମିତା ବେହେରା, ପ୍ରଭାସିନୀ ଦତ୍ତ, ଅଞ୍ଜନା ବୋଷ, ଚୈତନ୍ୟ ନାୟକ,ବୀଣାପାଣୀ ସାହୁ,ସାଗରୀକା ଲେଙ୍କା,ଜ୍ୟୋତିର୍ମୟୀ ସାହୁ ତଥା ଅତିଥି ଶିକ୍ଷକ ଜୟନ୍ତୀ ମାଝୀ ଓ ଶିବାନୀ ସାହୁ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଯୋଗଶିକ୍ଷା ଲାଭ କରିଥିଲେ। ଏହି ଶିବିରରେ ଛାତ୍ରଛାତ୍ରୀମାନେ ତାଡ଼ାସନ, ବୃକ୍ଷାସନ, ବଜ୍ରାସନ, ମକରାସନ, ଶଶକାସନ, ପବନମୁକ୍ତ ଆସନ, ବକ୍ରାସନ, ନାଡ଼ିଶୋଧନ ଓ ଅନୁଲୋମ-ବିଲୋମ ପ୍ରଭୃତି ଅଭ୍ୟାସ କରିଥିଲେ। ବିଦ୍ୟାଳୟର କର୍ମଚାରୀ ରବୀନ୍ଦ୍ର ବେହେରା, ପ୍ରଦୀପ୍ତ ସାମନ୍ତରାୟ, ଅମର ମହାନ୍ତି, ଗଣେଷ ନାୟକ, ସିପ୍ରାରାଣୀ ମହାନ୍ତି, ମମତା ମହାରଣା ଓ ଧନେଶ୍ୱର ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Comments are closed.