ଯାତ୍ରୀବାହୀ ବସ୍ ଚୋରୀ
ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡ଼ା ପଞ୍ଚାୟତ ଏସ ବି ଜଗଦେବପୁର ଗାଁରୁ ଯାତ୍ରୀବାହୀ ବସ ଚୋରୀ। ଜଗଦେବପୁରଠାରୁ ଦିଗପହଣ୍ଡି ଦେଇ ବ୍ରହ୍ମପୁର ଯାତାୟାତ କରୁଥିବା ନୀଳକଣ୍ଠ ନାମକ ଏକ ବସ୍ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରୀ ମାନଙ୍କୁ ନେଇ ଫେରିଥିଲା। ରାତିରେ ଗାଡ଼ି ଧୁଆ ମଧ୍ୟ ହୋଇଥିଲା। ରାତିରେ ଗାଡିରେ ବସ୍ ହେଲପର୍ ଶୋଇ ରହିଥିଲେ। ହେଲେ ଆଜି ସକାଳୁ ଘଟଣାସ୍ଥଳରୁ ବସ୍ ଟି ଚୋରୀ ହୋଇଯାଇଛି। ବସ୍ କର୍ମଚାରୀମାନେ ଏହା ଦେଖି ଗାଡି ମାଲିକଙ୍କୁ ଖବର ଦେଇଥିଲେ। ତେବେ କିଏ କାହିଁକି ଏହି ଗାଡ଼ି ନେଇଛି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ । ଏପରିକି ବସ୍ ହେଲପର୍ଙ୍କର ମଧ୍ୟ କୌଣସି ପତ୍ତା ମିଳିନି।
Comments are closed.