ଉଦ୍ଭିଦ ଟିସୁକଲଚର୍ ଏବଂ ଟ୍ରାନ୍ସଜେନିକ ଗବେଷଣାଗାର ଉଦଘାଟିତ   

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବାଓଟେକ୍ନୋଲୋଜି ବିଭାଗରେ ଆଜି ଉଦ୍ଭିଦ ଟିସୁକଲଚର୍ ଏବଂ ଟ୍ରାନ୍ସଜେନିକ ଗବେଷଣାଗାର ଉଦଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ବିଭାଗର ବିଭିନ୍ନ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ଗବେଷଣାଗାର  ବୁଲି ଦେଖିବା ସହିତ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀ ଗବେଷକ ଗବେଶିକାଙ୍କୁ ଉପଲବ୍ଧ ସୁବିଧା କୁ ସୁବିନିଯୋଗ କରି ଗବେଷଣାର ଉତ୍ତୋରତ୍ତର ଉନ୍ନତି କରି ବିଶ୍ଵବିଦ୍ୟାଳୟର ସୁନାମ ଅର୍ଜନ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ବିଭାଗର ଭିତ୍ତିଭୂମି ଓ  ସୁବିଧା ସୁଯୋଗ ଗବେଷଣା ପାଇଁ ସର୍ବଶ୍ରେଷ୍ଠ ବୋଲି କହିଥିଲେ।

ବାୟୋଟେକ୍ନୋଲୋଜି  ବିଭାଗର ଛାତ୍ରଛାତ୍ରୀ ଓ ଗବେଷକ ଗବେଶିକାମାନଙ୍କର ଗୁଣାତ୍ମକ ଗବେଷଣାକୁ ତ୍ବରାନିତ୍ଵ କରିବା ଉଦ୍ଦେଶ୍ୟରେ ସେଣ୍ଟର୍ ଅଫ ଏକ୍ସସେଲେନ୍ସ ସହାୟତାରେ ଏହି ଗବେଷଣାଗାର ନିର୍ମିତ କରାଯାଇଛି। ଏହି ଗବେଷଣାଗାରରେ ଔଷଧୀୟ ଚାରା ପରୀକ୍ଷଣ ଓ ଅନୁପ୍ରୟୋଗ କରି କର୍କଟ ଏବଂ  ବିଭିନ୍ନ ରୋଗର ନିରାକରଣ ପାଇଁ ଔଷଧର ପ୍ରସ୍ତୁତି କରିବା ସହ ଏହାର ରକ୍ଷଣା ବେକ୍ଷଣ କରାଯିବ।ଏହି ଅବସରରେ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଗବେଷ, ଗବେଷିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.