ପ୍ରଧାନମନ୍ତ୍ରୀଙ୍କ ମିଶନ ଶକ୍ତି ଉଦବୋଧନ: ପୁଣି ଅଭିଯୋଗ କଲେ ୟେଚୁରୀ

0

ନୂଆଦିଲ୍ଲୀ: ମିଶନ ଶକ୍ତି ଉଦବୋଧନ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିଥିବା ଅଭିଯୋଗକୁ ନିର୍ବାଚନ କମିଶନ ଖାରଜ କରିବାର ଗୋଟିଏ ଦିନ ପରେ ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀ ପୁଣି ଥରେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି। ସେ ଶନିବାର କମିଶନଙ୍କୁ ଲେଖିଥିବା ପତ୍ରରେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ କମିଶନ କେବଳ ଗଣମାଧ୍ୟମରେ ପ୍ରଚାର ବିଷୟ ବିଚାରକୁ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ, ଗଣମାଧ୍ୟମରେ ବୈଜ୍ଞାନିକଙ୍କ ସଫଳତା ବର୍ଣନା କରିବା ଦ୍ୱାରା ତାହା ପ୍ରଚାର ପର୍ଯ୍ୟାୟବାଚୀ ହୋଇଥିବା ୟେଚୁରୀ ଅଭିଯୋଗ କରିଛନ୍ତି।

ପୂର୍ବରୁ ୟେଚୁରୀଙ୍କ ଅଭିଯୋଗ ଉପରେ ନିର୍ବାଚନ କମିଶନ ଏକ କମିଟି ଗଠନ କରିଥିଲେ ଏବଂ କମିଟି ମୋଦୀଙ୍କ ମିଶନ ଶକ୍ତି ଉଦବୋଧନ ଆଚରଣ ବିଧି ଲଙ୍ଘନ କରୁ ନ ଥିବା ନିଷ୍ପତ୍ତି ଶୁଣାଇଥିଲେ।

Leave A Reply