www.samajalive.in
Monday, December 8, 2025
13.1 C
Bhubaneswar

ଚୈତ୍ର ନବରାତ୍ର: ଜାଣନ୍ତୁ ରାମଙ୍କ ନାମ ଲେଖିଲେ କଣ ହେବ

ଚୈତ୍ର ନବରାତ୍ର ଆରମ୍ଭ ହୋଇଥିବା ବେଳେ ସବୁଠି ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ନବରାତ୍ରରେ ପ୍ରଭୁ ଶ୍ରୀରାମ ପୂଜା କରିଥିଲେ ବୋଲି କୁହାଯାଏ । ଯଦି ଆପଣ ଏବର୍ଷ ନବରାତ୍ରିରେ ରାମଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ କିଛି ଏଭଳି କରନ୍ତୁ । ପ୍ରଭୁ ରାମଙ୍କ ନାମ ଲେଖିବା ସହ ଉପବାସ ରଖନ୍ତୁ । ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ରାମଙ୍କ ନାମ ଲେଖିବା ଏବଂ ଉଚ୍ଚାରଣ କରିବାର ଅନେକ ଗୁରୁତ୍ୱ ରହିଛି । ରାମ ନାମ ଜପ କରିବା ଭଗବାନ ରାମଙ୍କ ପ୍ରତି ସମ୍ମାନ ଏବଂ ବିଶ୍ୱାସର ପ୍ରତୀକ ଭାବରେ ବିବେଚନା କରାଯାଏ । ରାମ ନାମ ଲେଖିବା ଦ୍ୱାରା ଜୀବନରେ ଶାନ୍ତି, ସକରାତ୍ମକତା ଚିନ୍ତାଧାରା ଏବଂ ଧ୍ୟାନରେ ସ୍ଥିରତା ଆଡକୁ ନେଇଥାଏ । ନବରାତ୍ରିରେ ରାମଙ୍କ ନାମ ଲେଖିବା ଦ୍ୱାରା କଣ ସବୁ ପ୍ରାପ୍ତି ହୋଇଥାଏ ଚାଲନ୍ତୁ ଜାଣିବା ।

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

- Advertisement -

ମନସ୍କାମନା ପୂରଣ ହୁଏ: ଚୈତ୍ର ନବରାତ୍ରିରେ ରାମଙ୍କ ନାମ ଲେଖିବା ଦ୍ୱାରା ମନ ଏକାଗ୍ରତାରେ ଭରି ରହିବା ସହ ଶାନ୍ତ ହୋଇଥାଏ । ରାମଙ୍କ ନାମ ଜପ କରିବା ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଆଶିଥାଏ ଏବଂ ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ରଖିଥାଏ । ବିଶ୍ୱାସ କରାଯାଏ ଯେ ରାମଙ୍କ ନାମ ଲେଖିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ରାମ ନାମରେ ଚମତ୍କାର ଶକ୍ତି ରହିଛି । ଯାହା ତୁମର ଇଚ୍ଛାକୁ ପୂରଣ କରିବାରେ ସାହାଯ୍ୟ କରିବ ।

ପାପ ନଷ୍ଟ ହୋଇଯାଏ: ରାମଙ୍କ ନାମ ଲେଖିବା ଦ୍ୱାରା ଜୀବନରେ କରିଥିବା ପାପ ନଷ୍ଟ ହୁଏ । ରାମ ନାମ ଜପ କରିବା ଦ୍ୱାରା ଜଣେ ବ୍ୟକ୍ତିର କାର୍ଯ୍ୟ ଶୁଦ୍ଧ ହୁଏ ଓ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଅସୁବିଧାରୁ ମୁକ୍ତି ମିଳେ: ରାମଙ୍କ ନାମ ଜପ କରିବା ଦ୍ୱାରା ଅସୁବିଧାରୁ ମୁକ୍ତି ମିଳିଥାଏ । ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ରାମ ନାମ ଜପ କରି ଜଣେ ବ୍ୟକ୍ତି ଜୀବନର ସମସ୍ତ ବାଧାବିଘ୍ନରୁ ମୁକ୍ତି ପାଇପାରିବ ।

ସକରାତ୍ମକ ଶକ୍ତି ବଢିଥାଏ: ରାମଙ୍କ ନାମ ଲେଖିବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ରାମଙ୍କ ନାମ ଜପ କରିବା ବ୍ୟକ୍ତିଙ୍କ ଚାରିପାଖରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୁଏ ।

ରାମଙ୍କ ନାମ ଲେଖିପା ପାଇଁ ଆପଣ ଯେକୌଣସି ଭାଷା, ସମୟ ଏବଂ ସ୍ଥାନ ବାଛିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାମଙ୍କ ନାମ ଲେଖିବା ଓ ଜପ କରିବାବେଳେ ଭକ୍ତି ଓ ସ୍ନେହର ସହିତ କରନ୍ତୁ । ରାମଙ୍କ ପୂଜା କରିବା ପାଇଁ ନବରାତ୍ର ହେଉଛି ସର୍ବୋତ୍ତମ ସମୟ ।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories