www.samajalive.in
Tuesday, December 9, 2025
15.1 C
Bhubaneswar

ଦିନିକିଆରେ ୱେଷ୍ଟଇଣ୍ଡିଜ ୫୦୦ ରନ୍‌ କରିବ: ହୋପ୍‌

ଲଣ୍ଡନ୍‌ : କ୍ରିକେଟ୍‌ ବିଶ୍ବକପ୍‌ ଆରମ୍ଭ ହେବାକୁ ଅଳ୍ପସମୟ ବାକି ଥିବା ବେଳେ ୱେଷ୍ଟଇଣ୍ଡିଜ ଦଳର ବ୍ୟାଟସମ୍ୟାନ୍‌ ସାଇ ହୋପ୍‌ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ଦିନିକିଆ ମ୍ୟାଚ୍‌ରେ ପ୍ରଥମ ଦଳ ଭାବେ ୫୦୦ ରନ୍ କରିବାକୁ ୱେଷ୍ଟଇଣ୍ଡିଜ ସକ୍ଷମ। ୱେଷ୍ଟଇଣ୍ଡିଜ ଦଳରେ ଅନେକ ବିସ୍ଫୋରକ ବ୍ୟାଟସମ୍ୟାନ ଥିବାରୁ ଏହି ଦଳ ୫୦୦ରୁ ଅଧିକ ରନ୍ ସ୍କୋର କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସାଇ ହୋପ୍‌ ସ୍ପଷ୍ଟ କରି ଦେଇଛନ୍ତି।
ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୪୮୧ ରନ ସ୍କୋର କରିଥିଲା। ଚଳିତ ବିଶ୍ବକପ୍‌ ପୂର୍ବରୁ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ୪୨୧ ରନ୍‌ ସ୍କୋର କରିଥିଲା। ଏହି ଦଳ ତରଫରୁ ସାଇ ହୋପ୍‌ ୮୬ଟି ବଲ୍‌ରୁ ୧୦୧ ରନ୍‌ ସଂଗ୍ରହ କରିଥିବା ବେଳେ ଆ​‌େ​‌ନ୍ଦ୍ର ରସେଲ୍‌ ୨୫ଟି ବଲ୍‌ରୁ ୫୪ ରନ୍ ସ୍କୋର କରିଥିଲେ। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ୯୧ ରନ୍‌ରେ ବିଜୟୀ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସାଇ ହୋପ୍ କହିଥିଲେ ୱେଷ୍ଟଇଣ୍ଡିଜ ଦଳରେ ଅନେକ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ରହିଛନ୍ତି। ତେଣୁ ଦିନିକିଆରେ ପ୍ରଥମ ଦଳ ଭାବେ ୱେଷ୍ଟଇଣ୍ଡିଜ ୫୦୦ ରନ୍‌ ସ୍କୋର କରିବାକୁ ସକ୍ଷମ। ଚଳିତ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ ଦଳରେ କ୍ରିସ୍ ଗେଲ୍‌, ଆ​‌େ​‌ନ୍ଦ୍ର ରସେଲ୍‌, ସିମରନ୍‌ ହେତମେୟାର, ଜାସନ୍‌ ହୋଲଡର ଓ କାଲର୍ସ ବ୍ରାଥୱେଟଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ ଦଳ ନିକଟ ଭବିଷ୍ୟତରେ ୫୦୦ ରନ୍‌ ସ୍କୋର କରିବ ବୋଲି ଅନେକ କ୍ରିକେଟ୍‌ପ୍ରେମୀ ଆଶା କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories