ଭିଏନା : ଦୀର୍ଘ ୩୨୦ ବର୍ଷ ପ୍ରକାଶନ ଚାଲୁ ରଖିବା ପରେ ଭିଏନାରୁ ପ୍ରକାଶିତ ବିଶ୍ବର ସର୍ବପୁହି ରାତନ ସମ୍ବାଦପତ୍ର ‘ୱିନର୍ ସାଇଜନ୍’ ଦୈନିକ ସଂସ୍କରଣ ପ୍ରକାଶନ ବନ୍ଦ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଖବରକାଗଜରୁ ଆୟ କମିଯିବାରୁ ପ୍ରକାଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସୂଚନା ଅନୁସାରେ, ୧୭୦୩ ମସିହା ଅଗଷ୍ଟ ମାସରୁ ପ୍ରକାଶିତ ଏହି ସମ୍ବାଦପତ୍ର ଅଷ୍ଟ୍ରିଆ ସରକାରଙ୍କ ମାଲିକାନାରେ ଥିଲା। ନୂଆ ଆଇନ ଯୋଗୁଁ ଏହି ସମ୍ବାଦପତ୍ର ପ୍ରକାଶନରେ ୧୫ ନିୟୁତ ପାଉଣ୍ଡ୍ କ୍ଷତି ହେଉଥିଲା। ଯାହା ଫଳରେ ସମ୍ବାଦପତ୍ରର ୬୩ଜଣ କର୍ମଚାରୀଙ୍କୁ ଛଟେଇ କରିବା ସହିତ ସମ୍ପାଦନା ବିଭାଗର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ୫୫ରୁ ୨୦କୁ ହ୍ରାସ କରାଯାଇଥିଲା। ସମ୍ବାଦପତ୍ରର ଶେଷ ସମ୍ପାଦକୀୟରେ ‘ୱିନର୍ ସାଇଜନ୍’ର ପ୍ରକାଶନ ବନ୍ଦ ପାଇଁ ସରକାରଙ୍କ ନୂଆ ଆଇନକୁ ଦାୟୀ କରାଯାଇଛି। ତେବେ ପ୍ରକାଶନ ବନ୍ଦ ହୋଇଥିଲେ ବି ଅନ୍ଲାଇନ୍ ସଂସ୍କରଣ ପ୍ରକାଶନ ଅବ୍ୟାହତ ରହିବ ବୋଲି ଜଣାପଡ଼ିଛି।
Popular Categories



