www.samajalive.in
Sunday, December 7, 2025
14.1 C
Bhubaneswar

ବ୍ରିଟେନରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ୩ ଅମ୍ଳଜାନ ପ୍ଲାଣ୍ଟ

ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ତିନିଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ଏହି ଅମ୍ଳଜାନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିମାନରେ ବୋଝେଇ ହୋଇଛି ୧୮ ଟନ୍‍ ଓଜନର ପ୍ଲାଣ୍ଟ ଏବଂ ତାହାସହିତ ୧୦୦୦ ଭେଣ୍ଟିଲେଟର। ଭାରତରେ ସଂପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିର ମୁକାବିଲା କରିବାକୁ ବ୍ରିଟେନ ସରକାର ଯୋଗାଇ ଦେଇଛନ୍ତି।
ବ୍ରିଟେନ ସରକାରଙ୍କ ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ବିକାଶ କାର୍ଯ୍ୟାଳୟ (ଏଫସିଡିଓ) ଏହି ସାମଗ୍ରୀ ପାଇଁ ପାଣ୍ଠି ଯୋଗାଇ ଦେଇଛି। ଏଫସିଡିଓ କହିଛି ଯେ, ଗତକାଲି ରାତିତମାମ ବିମାନ ବନ୍ଦର କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଏହିସବୁ ସାମଗ୍ରୀ ଆଣ୍ଟେନୋଭ ୧୨୪ ବିମାନରେ ବୋଝେଇ କରିଥିଲେ। ଏହା ଆସନ୍ତାକାଲି ରବିବାର ପୂର୍ବାହ୍ନ ପ୍ରାୟ ୮ଟାରେ ନୂଆଦିଲ୍ଲୀରେ ଅବତରଣ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ଉକ୍ତ ଜୀବନରକ୍ଷାକାରୀ ସାମଗ୍ରୀଗୁଡିକୁ ଭାରତୀୟ ରେଡକ୍ରସକୁ ହସ୍ତାନ୍ତର କରାଯିବ ଏବଂ ରେଡକ୍ରସ ତାହାକୁ ଦେଶର ଡାକ୍ତରଖାନାଗୁଡିକୁ ଯୋଗାଇବ। ପ୍ରତ୍ୟେକ ଅମ୍ଳଜାନ ଉତ୍ପାଦନ ୟୁନିଟର ଆକାର ୪୦ ଫୁଟ ଲମ୍ବ କଣ୍ଟେନର ଭଳି ଏବଂ ଏହା ମିନିଟକୁ ୫୦୦ ଲିଟର ତରଳ ଅମ୍ଳଜାନ ଉତ୍ପାଦନ କରିବ, ଯାହା ଏକ ସମୟରେ ୫୦ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇପାରିବ।
ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡୋମିନିକ ରାବ୍‍ କହିଛନ୍ତି, ଭାରତକୁ ବ୍ରିଟେନ ସରକାର ଉତ୍ତର ଆୟର୍ଲାଣ୍ଡରରୁ ଏହିସବୁ ସାମଗ୍ରୀ ପଠାଇଛନ୍ତି। ଏହି ଜୀବନ ରକ୍ଷାକାରୀ ଉପକରଣ ଦେଶର ଡାକ୍ତରଖାନାଗୁଡିକରେ ଗୁରୁତର କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାରେ ସହାୟକ ହେବ। ମହାମାରୀର ମୁକାବିଲା କରିବା ଦିଗରେ ବ୍ରିଯେନ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆମେ ନିଜେ ନିରାପଦ ନରହିବା ପର୍ଯ୍ୟନ୍ତ ଅନ୍ୟକେହି ନିରାପଦ ନୁହନ୍ତି ବୋଲି ସେ କହିଛନ୍ତି।
ଏହି ସାମଗ୍ରୀ ଯୋଗାଣ ସମ୍ପର୍କରେ ପୂର୍ବରୁ ଘୋଷଣା କରାଯାଇଥିଲା ଏବଂ ତାହାପରେ ଭାରତକୁ ଗତମାସରେ ୨୦୦ ଭେଣ୍ଟିଲେଟର ଓ ୪୯୫ ଅମ୍ଳଜାନ ସାନ୍ଦ୍ରକ ଯୋଗାଇ ଦିଆଯାଇଥିଲା। ସେଥିପାଇଁ ଏଫସିଡିଓ ମଧ୍ୟ ପାଣ୍ଠି ଯୋଗାଇ ଦେଇଥିଲା। ସହାୟତା ପ୍ୟାକେଜ ବ୍ରିଟେନର ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ (ଡିଏଚଏସସି) ବିଭାଗ ପକ୍ଷରୁ ଯୋଗାଡ କରାଯାଇଥିଲା। ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଟ୍‍ ହାନକକ୍‍ କହିଛନ୍ତି ଯେ ଏହି ବିଶ୍ୱ ମହାମାରୀକୁ ଆମେ ମିଳିତ ଭାବରେ ମୁକାବିଲା କରୁଥିବାବେଳେ ବ୍ରିଟେନ ଭାରତର ସ୍ୱାସ୍ଥ୍ୟସେବା ପାଇଁ ଯଥାସମ୍ଭବ ସହାୟତା ପ୍ରଦାନ ଜାରି ରଖିବ। ଉତ୍ତର ଆୟର୍ଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ରବିନ ସ୍ୱାନ ମଧ୍ୟ ଗତକାଲି ବିମାନ ବନ୍ଦରରେ ଉପସ୍ଥିତ ରହି ସାମଗ୍ରୀଗୁଡିକ ବିମାନରେ ବୋଝେଇ କାର୍ଯ୍ୟ ତଦାରଖ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories