ଆଜି ବିଶ୍ୱ ଇମୋଜି ଦିବସ:ଯୋଡ଼ିବ ଆହୁରି ୭୦ଇମୋଜି

0

ନୂଆଦିଲ୍ଲୀ: ଯୋଗାଯୋଗ ତଥା ସଞ୍ଚାର ଦୁନିଆରେ ମୋବାଇଲ ବ୍ୟାପକ ପରିବର୍ତ୍ତନ ଆଣିଥିବାବେଳେ ଡିଜିଟାଲ ମେସେଜିଂ ବ୍ୟବସ୍ଥାରେ ଇମୋଜି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନର ସଭ୍ୟତାରେ ଇମୋଜି ନିତ୍ୟ ବ୍ୟବହାର୍ଯ୍ୟ ବ୍ୟବସ୍ଥାରେ ସାମିଲ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆଜିର ଦିନରେ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମେସେଜିଂ ଆପ୍‍ ଗୁଡ଼ିକ ଆହୁରି ୭୦ପ୍ରକାର ଇମୋଜିକୁ ଲୋକାର୍ପଣ କରିବାକୁ ଯାଉଛନ୍ତି। ନୂତନ ଇମୋଜିରେ ଅଧିକ ସଂଖ୍ୟାରେ ମଣିଷ ମୁଁହ ଆକୃତିକୁ ସ୍ଥାନ ଦିଆଯାଇଛି। ଅଧିକ ଧରଣର ଭଙ୍ଗିମା ମଧ୍ୟ ନୂଆ ଇମୋଜିରେ ଦୃଶ୍ୟମାନ ହେବ। ଯଥା: ପ୍ରତିକ୍ରିୟା ବିହୀନ ମୁଁହ, ପାର୍ଟି ମୁଁହ, ସ୍ପର୍ଷକାତର ମୁଁହ ପରି ଇମୋଜି ନୂତନ ଭାବେ ମେସେଜିଂ ଆପରେ ଯୋଡ଼ିବାକୁ ଯାଉଛି। ସେହିପରି ଜୀବଜନ୍ତୁ, ଫଳ, ପନୀପରିବା ପରି ସାମଗ୍ରୀରେ ମଧ୍ୟ ବୃଦ୍ଧି କରାଯାଉଛି। ଏହି ପରିପ୍ରେକ୍ଷିରେ ବିଭିନ୍ନ ସୋସିଆଲ ମିଡିଆ ପକ୍ଷରୁ ପ୍ରିୟ ଇମୋଜିକୁ ନେଇ ସର୍ଭେକ୍ଷଣ ଆରମ୍ଭ କରିଛନ୍ତି।

kalyan agarbati
Leave A Reply