www.samajalive.in
Wednesday, December 10, 2025
17.1 C
Bhubaneswar

ସମାଜର ପ୍ରତ୍ୟକ ବର୍ଗକୁ ପରିମଳ ଅଭିଯାନରେ ସାମିଲ କରିବା ସମୟର ଆହ୍ବାନ

ଭୁବନେଶ୍ୱର : ସମାଜର ପ୍ରତ୍ୟକ ବର୍ଗକୁ ପରିମଳ ଅଭିଯାନରେ ସାମିଲ କରିବା ସମୟର ଆହ୍ବାନ ପାଲଟିଛି। ତେଣୁ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ, ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କୁ ନେଇ ବିଶ୍ୱ ଶୌଚାଳୟ ଦିବସ ୨୦୧୮ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ବିଭାଗ ଏବଂ ୱାଟର ଫର ଓମେନ ଫଣ୍ଡ ଇନିସିଏଟିଭର ସହଯୋଗରେ ସେଣ୍ଟର ଫର ଆଡଭୋକେସି ଆଣ୍ଡ ରିସର୍ଚ (ସିଏଫଏଆର), ରିସର୍ଚ ଟ୍ରାଇଙ୍ଗଲ ପ୍ରତିଷ୍ଠାନ(ଆରଟିଆଇ) ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ।
ଅଷ୍ଟ୍ରେଲିଆ ଦୂତାବାସର ସଚିବ କାରୋଲିନ ମିଲ୍ସ, ଭୁବନେଶ୍ୱରରେ ଆୟୋଜିତ ଏହି କାର୍ୟ୍ୟକ୍ରମ ନେଇ ନିଜ ବାର୍ତ୍ତାରେ, ଭାରତ ସରକାରଙ୍କ ଏହି ଲକ୍ଷ୍ୟ ହାସଲ ପାଇଁ ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୨୦୧୯ ଅକ୍ଟୋବର ୨ ତାରିଖ ସୁଦ୍ଧା ଭାରତକୁ ସ୍ବଚ୍ଛ ଏବଂ ବାହ୍ୟମଳ ମୁକ୍ତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ସରକାର ୨୦୧୪ ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ। ଅନେକ ଜଟିଳ ସାମଜିକ ଓ ସ୍ବସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଏହା ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଉଛି । ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ଭାରତରେ ଗ୍ରାମ୍ୟ ପରିମଳ(ଶୌଚାଳୟ)ର ବ୍ୟାପକତା ଆଶତୀତ ଭାବେ ବୃଦ୍ଧି ପାଇଛି। ଅଷ୍ଟ୍ରେଲିଆ ଏହି ସମସ୍ୟାର ସମାଧାନ ଦିଗରେ ଭାରତର ପ୍ରତିବଦ୍ଧତାର ଏକ ଅଂଶ ପାଲଟିଛି। ସେହିପରି ସରକାରଙ୍କର ନୂଆ ପଦକ୍ଷେପ ‘ମହିଳାଙ୍କ ପାଇଁ ପାଣି କାର୍ୟ୍ୟକ୍ରମ’ ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ବିଶେ‌ଷ‌ କରି ମହିଳା, ବାଳିକା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି । ସେଣ୍ଟର ଫର ଆଡଭୋକେସି ଆଣ୍ଡ ରିସର୍ଚ (ସିଏଫଏଆର), ରିସର୍ଚ ଟ୍ରାଇଙ୍ଗଲ ପ୍ରତିଷ୍ଠାନ(ଆରଟିଆଇ) ସରକାରୀ ଓ ଗୋଷ୍ଠୀଗତ ଭାଗିଦାରୀ ନେଇ ସଚେତନତା ସୃଷ୍ଟି କରିବା ସହ ଏହାକୁ କାର୍ୟ୍ୟକାରୀ କରିବାରେ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି ।


ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ନୀତିନ ଚନ୍ଦ୍ର, ସମାଜର ସବୁ ବର୍ଗ ଓ ଗୋଷ୍ଠୀ ଏବଂ ନାଗରିକ ସମାଜ ଶୌଚାଳୟ ଦିବସ ପାଳନ କରିବାକୁ ଆଗେଇ ଆସିବା ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ସ୍ବଚ୍ଛ ଭାରତ ମିଶନ(ସହରାଞ୍ଚଳ)ର ମିଶନ ନିର୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ ଯେ,୨୦୧୮ ଶେଷ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମକୁ ସଂମ୍ପୂର୍ଣ୍ଣ ବାହ୍ୟମଳ ମୁକ୍ତ ସହରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ନାଗରିକ ସମାଜ ଏବଂ ଗୋଷ୍ଠୀଗତ ଭାବେ କାର୍ୟ୍ୟ କରୁଥିବା ସଂଗଠନ ନଗର ନିଗମକୁ ଏ ଦିଗରେ ସହଯୋଗ କରି ଲୋକମାନଙ୍କର ଏହି ଚିରାଚରିତ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ।
ତୃତୀୟ ଲିଙ୍ଗ ସଂଗଠନକୁ ପ୍ରତିନିଧିତ୍ବ କରୁଥିବା ‘ସଖା’ର ମୀରା ପରିଡା କହିଥିଲେ ଯେ, ବିଶ୍ୱ ଶୌଚାଳୟ ଦିବସ ୨୦୧୮ ପୁଣି ଥରେ ପରିମଳ କ୍ଷେତ୍ରରେ ତୃତୀୟ ଲିଙ୍ଗର ପ୍ରତିବଦ୍ଧତାକୁ ଦୋହରାଉଛି। ସମସ୍ତେ ଶୌଚାଳୟ ତିଆରି କରି ବ୍ୟବହାର କରିବା ପାଇଁ ଶପଥ ନେବାକୁ ସେ ଆହ୍ବାନ ଜଣାଇଥିଲେ। ଆମ ଜନ୍ମ ଦିନରେ ଆମେ ଅତିକମରେ ତିନିଜଣଙ୍କୁ ଶୌଚାଳୟ ତିଆରି କରି ବ୍ୟବହାର କରିବା ନେଇ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ।
ଗୋଷ୍ଠୀ ପରିଚାଳନା କିମଟିର ସଦସ୍ୟ ଥିବା ମହିଳା ଆରୋଗ୍ୟ ସମିତି, ତୃତୀୟ ଲିଙ୍ଗ ଏସଏଚଜି, ଦିବ୍ୟାଙ୍ଗ ଏବଂ ଯୁବ କ୍ଲବର ସଭ୍ୟ ସ୍ନେହଲତା ମହାନ୍ତି, ରାଜସ୍ମିତା ପଟ୍ଟନାୟକ, ନିହାରିକା ରାୟ,ରାକେଶ ମକର ଏବଂ ଆୟେଶାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଉପ ସଚିବ ଦୀପକ କୁମାର ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲି.ର ସରୋଜ କୁମାର ସ୍ବାଇଁ, ବିଏମସିର ଉପ କମିଶନର ସଂଘମିତ୍ରା ବେହେରା ଏବଂ ବିଏମସି ଉତ୍ତର ଜୋନର ଉପ କମିଶନର ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories