www.samajalive.in
Saturday, December 6, 2025
16.1 C
Bhubaneswar

ଶନିବାରଠୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ପଞ୍ଚାୟତରୁ ନେଇ ଜିଲା ଏବଂ ରାଜ୍ୟରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟନ୍ତ ସମସ୍ତେ ହେବେ ଓଡ଼ିଆ ମନସ୍କ। ଶନିବାରଠୁ ତିନିଦିନ ଧରି ଓଡ଼ିଆ ଭାଷାକୁ ନେଇ ହେବ ବିବିଧ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାର ପ୍ରସାର, ବିକାଶ ତଥା ଭବିଷ୍ୟତର ଆହ୍ବାନର ସଫଳ ମୁକାବିଲା ପାଇଁ ‘ଭାଷା ହିଁ ଭବିଷ୍ୟତ’କୁ ଆୟୂଧ କରି ଭାଷା ମହାକୁମ୍ଭ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହେଉଛି । ଯେଉଁଠି ପ୍ରାଚୀନ ଶିଳାଲେଖରୁ ନେଇ ମଧ୍ୟଯୁଗୀୟ ପୋଥି ସହିତ ନୌବାଣିଜ୍ୟ ଏତିହ୍ୟ, ଐତିହାସିକ ପ୍ରତ୍ନତାତ୍ତ୍ବିକ ସ୍ଥଳ, କଳା କାରିଗରୀ, ମୁଦ୍ରଣରେ ବିବିର୍ତ୍ତନ, ରୂପାନ୍ତରୀକରଣ ଯୁଗ, ପୁସ୍ତକ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ରହିଛି। ଜନତା ମଇଦାନରେ ତିଦିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସମ୍ପର୍କରେ ଆଲୋଚନା କରାଯିବ। ଏହାସହିତ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ରାଜ୍ୟ ବାହାର ଓ ଦେଶ ବାହାରର ବରିଷ୍ଠ ଐତିହାସିକ, ଗବେଷକ ବକ୍ତବ୍ୟ ରଖିବେ। ଏହାଛଡ଼ା ଅନେକ ପୁରସ୍କାରପ୍ରାପ୍ତ ମହାନ ପ୍ରତିଭା ଏଠାରେ ଏକତ୍ର ହେବେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ହୋଇଛି। ଶନିବାର ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏହି ସମୟରେ ସାରା ରାଜ୍ୟ ସାମୂହିକଭାବେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ୧୭ଟି ବୌଦ୍ଧିକ ଅଧିବେଶନ ଅନୁଷ୍ଠିତ ହେବ। ଜଗନ୍ନାଥ ଚେତନା ଉପରେ ମଧ୍ୟ ଏକ ବିଶେଷ ଅଧିବେଶନ କରାଯିବ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଏବଂ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ କାର୍ଯ୍ୟକ୍ରମ କରାଯିବ। ଏହାଛଡ଼ା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଓଡ଼ିଆ ଦସ୍ତଖତ, ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ରହିବ। କେନ୍ଦ୍ରସ୍ଥଳରେ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ବ’ ପ୍ରତିମୂର୍ତ୍ତି ସ୍ଥାନ ପାଇବ। ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହେବ। ପୂର୍ବାହ୍ଣରେ ସମ୍ପାନ ସହିତ ସନ୍ଧ୍ୟାରେ ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories