www.samajalive.in
Saturday, December 6, 2025
26.1 C
Bhubaneswar

ଘରର କାନ୍ଥକୁ ପିଟିଲା କାର୍ : ୪ ସାଙ୍ଗଙ୍କ ଅକାଳ ବିୟୋଗ

କଟକ: କଟକ ତିଗିରିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଛି । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି। ରାତିରେ ଚାରି ଜଣ ସାଙ୍ଗ କୋଇଲିକନ୍ୟା ଗାଁରୁ ବାହାଘର ଭୋଜି ଖାଇ ଫେରୁଥିବାବେଳେ କାରଟି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯାଇଥିଲା। ଦୁର୍ଘଟଣାର ମାତ୍ରା ଏତେ ଭୟଙ୍କର ଥିଲା ଯେ , ଘଟଣାସ୍ଥଳରେ ୪ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିଲା। ମୃତକ ବାଙ୍କୀ ପାଳପୁଟ ଅଞ୍ଚଳର ତପନ ରାଉତ ଏବଂ ଟୁଲୁ ପରିଡା,  ହରିରାଜପୁର ଗାଁର ରାମ ସ୍ବାଇଁ ଓ ବଡମ୍ବା ଅଞ୍ଚଳର ଜଣେ ହୋଇଥିବା ଜଣାପଡିଛି।  କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଥିଲା। ତିଗିରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories