www.samajalive.in
Saturday, December 6, 2025
19.1 C
Bhubaneswar

ନୋଏଡାରେ ଚାଞ୍ଚଲ୍ୟ: ବନ୍ଦ କୋଠରୀରୁ ୪ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଚାଞ୍ଚଲ୍ୟ । ନୋଏଡାର ଇକୋଟେକ୍‍-୩ ପୁଲିସ ଷ୍ଟେସନ ଅଞ୍ଚଳରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ମିଳିଛି । ମୃତଦେହ ଠାବ ହୋଇଥିବା ଅଂଚଳରେ ଉତ୍ତେଜନ ପରିସ୍ଥିତି ଲାଗି ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତକ ମାନେ ହେଲେ ପପୁ ସିଂ, ପୁଅ ରାଜେଶ ସିଂ, ଝିଅ ବବଲି ଏବଂ ପତ୍ନୀ ନିଶା ।

ସୂଚନା ଅନୁସାରେ ଶୁକ୍ରବାର ଦିନ ଗ୍ରେଟର ନୋଏଡା ଇକୋଟେକ୍‍-୩ ପୁଲିସ ଷ୍ଟେସନ ଅଂଚଳରେ ତୁସିଆନା ଗ୍ରାମରେ ଥିବା ଏକ ବନ୍ଦ କୋଠରୀରୁ ଗ୍ୟାସର ଗନ୍ଧ ଆସିବା ପରେ ପଡୋଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ । ପୁଲିସ ଖବର ପାଇ ପହଂଚିବା ପରେ ଘର ଖୋଲାଯାଇଥିଲା । ସେଠାରେ ୪ଟି ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ପୁଲିସ କହିଛି ଯେ କୋଠରୀ ଭିତରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘର ଭିତର କବାଟ ବନ୍ଦ ଥିବା କହିଛି ପୁଲିସ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories