କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ନିଜର ସାରସ୍ବତ ସାଧନାକୁ ବ୍ୟକ୍ତ କରିପାରନ୍ତି। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ଧର୍ମକୁ ଜୀବନର ଆଧାର କରିପାରନ୍ତି।
ବୃଷ: ସୀମାହୀନର ସୀମା ଓ ଅସ୍ତିତ୍ବ ହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। ଆୟର ସ୍ଥିତିକୁ କଳନା କରି ବ୍ୟୟକୁ ସଙ୍କୁଚିତ କରିପାରନ୍ତି। ବିନୟ ଭାବର ହେଲେ ବିଦ୍ୟା ମୂଲ୍ୟବାନ୍‌ ହେବ।
ମିଥୁନ: ବାଣିଜ୍ୟ କାରବାରରେ ନିଷ୍ଠା ଓ ଧର୍ମ ନିକିତିର ସୁପରିମାଣ ଆପଣଙ୍କ ଧନ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରେ। ଜଣେ ତେଜସ୍ବୀ ଓ ଧର୍ମ ପରାୟଣ ବ୍ୟକ୍ତିଭାବେ ପୂଜ୍ୟ ହେବେ। ଶିକ୍ଷାନୁଷ୍ଠାନରେ ପ୍ରାଣ ପ୍ରତିଷ୍ଠା କରିବେ।
କର୍କଟ:ପରିବାର ଜ୍ୟେଷ୍ଠ ନ ହେଲେ ବି ଦୟାଧର୍ମରେ ବିଲୀନ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରି କୁଳ ପ୍ରଦୀପ ହେବେ। ଉଦାର ପ୍ରକୃତି ଓ ଶୋଭନ ବ୍ୟକ୍ତିତ୍ବ, କୃଷି କର୍ମରେ ପାରଦର୍ଶିତା ଆପଣଙ୍କୁ ମହାନ୍‌ କରିପାରେ।
ସିଂହ: ଈଶ୍ବରୀୟ ଭକ୍ତିରେ ନି​‌ଜେ ଶକ୍ତିସମ୍ପନ୍ନ ହେବେ। ଅନୁଜଙ୍କ ଭ୍ରାତୃଭକ୍ତିରେ ଆପଣଙ୍କ ସ୍ନେହ ଓ କରୁଣାର ଭଣ୍ଡାରକୁ ଉନ୍ମୁକ୍ତ ରଖିପାରନ୍ତି। ବିଭିନ୍ନ ଲୋକହିତରେ ନିର୍ମାଣାଧୀନ କାର୍ଯ୍ୟକୁ ଦାନକରି ପ୍ରଶଂସାଭାଜନ ହେବେ।
କନ୍ୟା:କର୍ମବଳରେ ବଳୀୟାନ୍‌ ହୋଇପାରନ୍ତି। ସ୍ବକର୍ମ ଆପଣଙ୍କ ଭାଗ୍ୟ ନିୟନ୍ତା ହେବ। ସହନଶୀଳ ମନୋଭାବ ଯୋଗଁୁ ଲୋକାଦୃତ ହେବେ। ମହାଶକ୍ତି ସମ୍ପନ୍ନ ହୋଇପାରନ୍ତି। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ।
ତୁଳା: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ସତ୍ୟ, ଶାନ୍ତି, ଦୟା ରୂପକ ଐଶ୍ବର୍ଯ୍ୟ ଆପଣଙ୍କ ମହନୀୟ ଗୁଣକୁ ପରିପ୍ରକାଶ କରିପାରେ। ସରକାରୀ କୃପାପାତ୍ର ହେବେ।
ବିଛା: ଧର୍ମର ନିର୍ଯ୍ୟାସକୁ ଠିକ୍‌ ଭାବେ ବୁଝି ପାରୁଥିବା ଆପଣ ଧର୍ମଶୀଳ ବ୍ୟକ୍ତିଭାବେ ପରିଗଣିତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସୁଖୀ ରହିବେ।
ଧନୁ: ପାପ, ତାପ ପରିହରକ ହୋଇପାରନ୍ତି। ଶାଶ୍ବତ ଓ ଆନନ୍ଦ ସାଗରରେ ବିଲୀନ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସମ୍ମୁଖୀନ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦାନଧର୍ମକୁ ଦୀକ୍ଷା ରୂପେ ଗ୍ରହଣ କରିବେ।
ମକର: ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ। ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ।
କୁମ୍ଭ:ବ୍ରାହ୍ମ ମୁହୂର୍ତ୍ତରେ ଶୂନ୍ୟ ପୁରୁଷଙ୍କୁ ଧ୍ୟାନ କରି ତାଙ୍କ ସ୍ବପ୍ନଦେଶରେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହେବେ। ଉଦ୍ୟୋଗପତି ହେବାକୁ ଇଚ୍ଛା କରିପାରନ୍ତି। ସୁଖସମୃଦ୍ଧି ସହିତ ଜୀବନ ଚିନ୍ତାଯୁକ୍ତ ହେବ।
ମୀନ: ରସହୀନ ଉଦ୍ୟମ ପାଷାଣ ସଦୃଶ୍ୟ ହୋଇପାରେ। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। କାର୍ଯ୍ୟ ସ୍ବାଭିମାନ ଭରା ହୋଇପାରେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ।

Comments are closed.