ବିଶ୍ବ ମହାସାଗର ଦିବସ

୨୦୦୮ରେ ଜାତିସଂଘ ‘ବିଶ୍ବ ମହାସାଗର ଦିବସ’ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କଲା। ସେବେଠାରୁ ପ୍ରତି ବର୍ଷ ଜୁନ୍‌ ୮ରେ ବିଶ୍ବସ୍ତର​‌ରେ ‘ମହାସାଗର ଦିବସ’ ପାଳିତ ହେଉଛି। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସମୁଦ୍ରର ସୁରକ୍ଷା, ସାମୁଦ୍ରିକ ପ୍ରାଣୀଙ୍କ ବଂଶବୃଦ୍ଧି ତଥା ସାଗର, ମହାସାଗରରୁ ମିଳୁଥିବା ସମ୍ବଳକୁ ନେଇ ଲୋକେ ଯେମିତି ସଚେତନ ହେବେ । ସାଗର, ମହାସାଗର ଏବେ ଦୂଷିତ ହେବାରେ ଲାଗିଛି। ଏସବୁର ଶ୍ରେୟ ମନୁଷ୍ୟଜାତିକୁ ଦିଆଯିବ। ବର୍ତ୍ତମାନ ସମୟରୁ ମହାସାଗର ସୁରକ୍ଷା ଦିଗ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଉତ୍ତପ୍ତ ପରିବେଶରେ ରହିବା ସହ ଦୂଷିତ ପାଣି ପିଇବାକୁ ମଧ୍ୟ ଆମେ ଏକରକମ ବାଧ୍ୟ ହେବା ବୋଲି ଗବେଷକମାନେ ମତ ଦେଇଛନ୍ତି।

kalyan agarbati

Comments are closed.