www.samajalive.in
Monday, December 15, 2025
14.1 C
Bhubaneswar

୪୦ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି – ୧୯୮୩ରେ କପିଳ ଦେବ, ୨୦୨୩ରେ ମ୍ୟାକ୍ସୱେଲ

ମୁମ୍ବଇ: କ୍ରିକେଟ୍‌ ବିଶ୍ବକପ୍‌ରେ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆହତ ମ୍ୟାକ୍ସୱେଲ ଯେପରି ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଲେ ତାହା କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ୧୯୮୩ ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଭାରତ ତରଫରୁ କପିଳ ଦେବ ଯେପରି ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସେହିପରି ବ୍ୟାଟିଂ କରି ମ୍ୟାକ୍ସୱେଲ୍‌ ମଙ୍ଗଳବାର ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ଏପରି ବିସ୍ମୟକର ବ୍ୟାଟିଂ କ୍ବଚିତ ଦେଖିବାକୁ ମିଳିଥାଏ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ୱିକେଟ୍‌ ବିନିମୟରେ ୨୯୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଦଳ ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ଟି ୱିକେଟ୍‌ ହରାଇବା ପରେ ଆଫଗାନିସ୍ତାନ ସହଜ ବିଜୟ ହାସଲ କରିବ ବୋଲି ଆକଳନ କରାଯାଉଥିଲା। ତେବେ ସବୁ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରି ଅଷ୍ଟ୍ରେଲିଆର ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ମ୍ୟାକ୍ସୱେଲ ଏକାକୀ ବିସ୍ଫୋରକ ବ୍ୟାଟିଂ କରି ଅପରାଜିତ ୨୦୧ ରନ୍ କରିବା ସହ ଦଳକୁ ବିଜୟୀ କରାଇଥିଲେ। ମ୍ୟାକ୍ସୱେଲ ମାତ୍ର ୧୨୮ଟି ବଲ୍‌ରୁ ୨୧ଟି ଚୌକା ଓ ୧୦ଟି ଛକା ମାରି ୨୦୧ ରନ୍ କରି କ୍ରିକେଟ୍‌ ପ୍ରଶଂସକଙ୍କୁ ଚକିତ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଆହତ ହେବା ସତ୍ତ୍ବେ ମ୍ୟାକ୍ସୱେଲ ପଡ଼ିଆ ଛାଡ଼ି ଯାଇନଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଦୌଡ଼ି ପାରୁନଥିଲେ ସୁଦ୍ଧା ଛକା, ଚୌକା ବର୍ଷା କରି ଆଫଗାନିସ୍ତାନ ବୋଲରଙ୍କୁ ନିଷ୍ପ୍ରଭ କରି ଦେଇଥିଲେ। ଗୋଡ଼ରେ ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ନିଜ ବ୍ୟାଟିଂ ଉପରେ ତାଙ୍କର ଅତୁଟ ବିଶ୍ବାସ ରହିଥିଲା। ଶେଷରେ ଏହି ବିଶ୍ବାସକୁ ପାଥେୟ କରି ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ବିଜୟ ପ୍ରଦାନ କରିଥିଲେ ମ୍ୟାକ୍ସୱେଲ।

- Advertisement -

ମଙ୍ଗଳବାର ମ୍ୟାକ୍ସୱେଲଙ୍କ ବ୍ୟାଟିଂ ୧୯୮୩ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟର୍‌ କପିଳ ଦେବଙ୍କ ବ୍ୟାଟିଂକୁ ମନେ ପକାଇ ଦେଇଛି। ୧୯୮୩ ବିଶ୍ବକପ୍‌ରେ ଇଂଲଣ୍ଡର ଟୁନ୍‌ବ୍ରିଜ୍‌ ୱେଲ୍‌ ପଡ଼ିଆରେ ଭାରତର ମୁକାବିଲା ଜିମ୍ବାୱେ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ମାତ୍ର ୧୭ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲା। ଭାରତୀୟ ବ୍ୟାଟସମ୍ୟାନ ସୁନୀଲ ଗାଭାସ୍କର, ଶ୍ରୀକାନ୍ତ, ମହିନ୍ଦର ଅମରନାଥ, ସନ୍ଦୀପ ପାଟିଲ ଓ ୟଶପାଲ୍‌ ଶର୍ମା ପ୍ରମୁଖ ସହଳ ଆଉଟ ହୋଇଥିଲେ। ଏହି ସମୟରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ କପିଳ ​‌େ​‌ଦବ। ସେହି ମ୍ୟାଚ୍‌ରେ କପିଳ ଏକ ଅବିସ୍ମରଣୀୟ ଇନିଂସ ଖେଳିଥିଲେ। ସେ ୧୩୮ଟି ବଲ୍‌ରୁ ୧୬ଟି ଚୌକା ଓ ୬ଟି ଛକା ସହାୟତାରେ ଅପରାଜିତ ୧୭୫ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ୧୯୮୩ର କପିଳ ଦେବ ଓ ୨୦୨୩ର ମ୍ୟାକ୍ସୱେଲ୍‌ଙ୍କ ବିସ୍ମୟକର ବ୍ୟାଟିଂ ସର୍ବଦା କ୍ରିକେଟ୍‌ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories