www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ବ ଆୟୁର୍ବେଦ ଦିବସ

ଭାରତୀୟ ଚିକିତ୍ସା ବିଜ୍ଞାନ ତଥା ବିଶ୍ବର ସର୍ବପୁରାତନ ଚିକିତ୍ସା ପଦ୍ଧତି ଭାବେ ଆୟୁର୍ବେଦ ଜନ କଲ୍ୟାଣରେ ନିୟୋଜିତ ହୋଇଆସୁଛି। ବୈଦିକ ଯୁଗରୁ ଆଧୁନିକ ପର୍ଯ୍ୟନ୍ତ ଜନମାନସରେ ଏହାର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି। ଆଧୁନିକ ଯୁଗରେ ଔଷଧ ନିର୍ମାଣ, ବନୌଷଧି ଚୟନ, ଗବେଷଣା, ଔଷଧର ଗୁଣବତ୍ତା ଏବଂ ସର୍ବୋପରି ଆୟୁର୍ବେଦ ଔଷଧର ଆଧୁନିକ ରୂପାନ୍ତର ଆଜି ବିଭିନ୍ନ କ୍ଷେତ୍ରରେ ଆୟୁର୍ବେଦ ଅଗ୍ରଗତି ଲାଭ କରିଛି। ଏହି ଆଧୁନିକରୂପକ ସ୍ବାସ୍ଥ୍ୟ ବାରିଧିର ଆଦି ପ୍ରବାହକ ଭାବରେ ଧରାପୃଷ୍ଠରେ ସ୍ବୟଂ ଭଗବାନ ବିଷ୍ଣୁ ଧନ୍ବନ୍ତରୀ ରୂପରେ ଆବିର୍ଭୂତ ହୋଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ, ଭଗବାନ ଧନ୍ବନ୍ତରୀଙ୍କୁ ଆୟୁର୍ବେଦ ପ୍ରବର୍ତ୍ତକ ଭାବେ ଗ୍ରହଣ କରାଯାଇଛି। ମହାଭାରତ, ବିଷ୍ଣୁ ପୁରାଣ, ଭାଗବତ ଓ ବାୟୁ ପୁରାଣ ଆଦି ଗ୍ରନ୍ଥରେ ଲେଖାଯାଇଥିବା ଇତିବୃତ୍ତିରୁ ଜଣାଯାଏ ଯେ, ପୂର୍ବକାଳରେ ଅମୃତ ପ୍ରାପ୍ତି ନିମନ୍ତେ ଦେବତା ଓ ଅସୁରଙ୍କ ଦ୍ବାରା ସମ୍ପନ୍ନ ସମୁଦ୍ର ମନ୍ଥନ କାର୍ଯ୍ୟରୁ ଭଗବାନ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ସମୁଦ୍ର ମନ୍ଥନ ସମୟରେ ଶ୍ବେତ କମଣ୍ଡଳୁ, ଅମୃତ କଳସ, ଆୟୁର୍ବେଦ ପୋଥି ଓ ବନୌଷଧି ଧରି ଧନ୍ବନ୍ତରୀ ଅବତୀର୍ଣ୍ଣ ହୋଇଥିଲେ। ଭଗବାନ ଧନ୍ବନ୍ତରୀଙ୍କ ପ୍ରଣୀତ ଆୟୁର୍ବେଦ ଶାସ୍ତ୍ର ଜନସାଧାରଣଙ୍କର ସ୍ବାସ୍ଥ୍ୟ ରକ୍ଷା କରିବା ସହିତ ଦୁଃଖ ଦୂର କରି ମାନବକୁ ଦୀର୍ଘ ଓ ନିରାମୟ ଜୀବନଯାପନ କରିବାକୁ ସକ୍ଷମ ହୋଇଛି।

ଡାକ୍ତର ଦୀନବନ୍ଧୁ ମହାରଣା,
ଓଏମ୍‌ପି ଛକ ମାର୍କେଟ, କଟକ, ୯୪୩୭୦୪୩୧୦୩

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories