www.samajalive.in
Sunday, December 7, 2025
23.1 C
Bhubaneswar

୯ ଘଣ୍ଟାର ସଂଘର୍ଷ ପରେ ଜୀବନ ପାଇଲେ ନାବାଳକ; ଛାତିରୁ ବାହାରିଲା ଗଛ ଡାଳ

ଇନ୍ଦୋର: ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ଏହି ଉକ୍ତିଟିର ସତ୍ୟ ବୋଲି ପ୍ରମାଣ କରିଛି । ଘଟଣାଟି ଏହିପରି, ମଧ୍ୟପ୍ରଦେଶର ଏକ ଗାଁରେ ଜଣେ ନାବାଳକ ତା’ ଭଉଣୀ ପାଇଁ ଖଜୁରୀ କୋଳି ତୋଳିବାକୁ ଗଛରେ ଚଢିଥିଲା। ଅସାବଧାନତା ବଶତଃ ନାବାଳକଟି ଗଛରୁ ତଳକୁ ପଡିଯାଇଥିଲା। ଫଳରେ ତଳେ ପଡିଥିବା ଏକ କାଠ ବା ଗଛ ଡାଳ ପିଲାଟିର ଛାତିରେ ପଶି ଅନ୍ୟପଟେ ବାହାରି ଯାଇଥିଲା। ଏହି ଅଘଟଣଟି ବୁଧବାର ଅପରାହ୍ନରେ ଘଟିଥିଲା ।

ଗୁରୁତର ଅବସ୍ଥାରେ ନାବାଳକର ଭଉଣୀ ତାକୁ ଘରକୁ ନେଇ ଯାଇଥିଲା। ପୁଅର ଏଭଳି ଅବସ୍ଥା ଦେଖି ଘର ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ଗୁରୁତର ଅବସ୍ଥାରେ ନାବାଳକକୁ ଜିଲା ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅପରାହ୍ନ ପ୍ରାୟ ସାଢେ ୩ଟାରେ ଇନ୍ଦୋର ସ୍ଥାନାନ୍ତର କରିଥିଲେ । ଇନ୍ଦୋରସ୍ଥିତ ଏମୱାଇ ହସ୍ପିଟାଲ ଅପରେଶନ ହେଇଥିଲା । ପ୍ରାୟ ୯ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ରାତି ପ୍ରାୟ ୧୧ଟା ବେଳେ ନାବାଳକ ଛାତିରୁ ଉକ୍ତ ଡାଳଟି ବାହାରିଥିଲା। ନାବାଳକ ସୁସ୍ଥ ଥିବା ଜଣାପଡିଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories