www.samajalive.in
Sunday, December 7, 2025
14.1 C
Bhubaneswar

ତାତିଲେ ମହିଳା ମହାସଂଘ, ମଦବେପାରୀଙ୍କ ରାସନକାର୍ଡ଼ ଜବତକଲେ

ଫୁଲବାଣୀ: ବାରମ୍ବାର ଅଞ୍ଚଳରେ ଚୋରା ମଦବେପାର ବନ୍ଦ କରିବାପାଇଁ ଅନୁରୋଧ କଲେ। ଏପରିକି ଅନେକ ଥର ମଧ୍ୟ ସଚେତନ କରିଛନ୍ତି। କିନ୍ତୁ ଏ ଦିଗରେ ଚୋରା ମଦବେପାରୀମାନେ କୌଣସି ପ୍ରକାର ଗୁରୁତ୍ୱ ନ ଦେବାରୁ ବାଧ୍ୟ ହୋଇ ମହିଳା ସଂଘର ସଦସ୍ୟମାନେ ଏକଜୁଟ୍‍ ହୋଇ ମଦବେପାରୀମାନଙ୍କର ରାସନକାର୍ଡ଼ ଜବତ କରିବା ଘଟଣା ସମଗ୍ର ଦାରିଙ୍ଗବାଡ଼ି ବ୍ଳକରେ ଆଲୋଚ୍ୟର ବିଷୟ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ବ୍ଳକର ପର୍ତ୍ତମାହା ଗ୍ରାମରେ।

ଅଭିଯୋଗ ପ୍ରକାରେ, ଗ୍ରାମର ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଅଞ୍ଚଳରେ ମଦ ବିକ୍ରୟ କରୁଥିବାରୁ ମଦ ବନ୍ଦ କରବା ପାଇଁ ମହିଳା ସଂଘର ସଦସ୍ୟମାନେ ବାରମ୍ବାର ଅନୁରୋଧ କରିଥିଲେ। ତେବେ ବିକ୍ରୟ ବନ୍ଦ ହୋଇ ନ ଥିଲା। ଏଣୁ ମହିଳା ସଂଘର କର୍ମୀମାନେ ସେମାନଙ୍କର ରାସନକାର୍ଡ଼ ଜବତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଯଦି ମଦ ବନ୍ଦ ନ କରନ୍ତି ତାହେଲେ ରାସନକାର୍ଡ଼ ଦିଆଯିବ ନାହିଁ ବୋଲି ରୋକଠୋକ୍‍ ଭାବେ ମଧ୍ୟ ଜଣାଇ ଦେଇଛନ୍ତି। ମଦ ବିକ୍ରି ଯୋଗୁଁ ପରିବାରର କମ୍‍ ବୟସର ପିଲା ହେଉ କିମ୍ବା ବଡ଼ ସବୁବେଳେ ନିଶାଗ୍ରସ୍ତ ହୋଇ ଘରେ ପାଟିତୁଣ୍ଡ କରିବା ଫଳରେ ଘରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ଦେଖାଯାଉଛି। ଅନେକ ସମୟରେ ଏହି ମଦ ପାଇଁ ପରିବାର ପରିବାର ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଦିନ ଦ୍ୱିପହରରେ ଅନେକ ଯୁବକ ନିଶାଗସ୍ତ ହୋଇ ରାଜ ରାସ୍ତାରେ ପଡ଼ିଥାଉଛନ୍ତି ଯାହାକି ଭବିଷ୍ୟତ ପାଇଁ ଚିନ୍ତାର କାରଣ। ବାରମ୍ବାର ମହିଳା ସଂଘ ମଦ ବନ୍ଦ ପାଇଁ ଦାବି କରିବା ସହିଦ ଦୀର୍ଘଦିନ ହେଲା ମଦ ବନ୍ଦ ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି। ତେବେ ଅବକାରି ବିଭାଗ ସବୁ ଜାଣି ମଧ୍ୟ ଚୁପ୍‍ ରହିବା ଫଳରେ ଦିନକୁ ଦିନ ଚୋରା ମଦକାରବାର କମିବା ପରିବର୍ତ୍ତେି ବୃଦ୍ଧି ପାଉଛି। ଅବକାରି ବିଭାଗର ଇଛାଶକ୍ତିର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ରାସନକାର୍ଡ଼ ଜବତ ଯୋଗୁଁ ସେମାନେ ଗତ ୫ ଦିନ ହେଲା ଲ୍ୟାମ୍ପରୁ ଚାଉଳ ନେଇ ପାରୁନାହାନ୍ତି। ତେବେ ଏ ସଂପର୍କରେ ପର୍ତ୍ତମାହା ସରପଞ୍ଚ ପଞ୍ଚୁ ପ୍ରଧାନଙ୍କୁ ପଚାରିବାରେ ଏହି ସମସ୍ୟାର ସମାଧାନ କରାଯାଇ ହିତାଧିକାରୀମାନେ ଯେଭଳି ଭାବେ ସେମାନଙ୍କ ରାସନକାର୍ଡ଼ ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories