BJD Bijuli 480×75 Mob

ମହିଳା ଅଧିକାରୀଙ୍କ ଦାୟିତ୍ୱରେ ମୁମ୍ବଇର ୮ ଥାନା

BJD Bijuli 480×75 Mob
0

ମୁମ୍ବଇ : ଦେଶର ପ୍ରଥମ ସହର ଭାବେ ଆର୍ଥିକ ରାଜଧାନୀ ମୁମ୍ବଇର ୮ଟି ଥାନାରେ ମହିଳା ଥାନାଧିକାରୀ ନିଯୁକ୍ତ ହୋଇଛନ୍ତି । ମୁମ୍ବଇ ପୁଲିସ୍‌ ପକ୍ଷରୁ ଟ୍ୱିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି । ଏହାସହ ପ୍ରତ୍ୟକ ଦିନ ଗୋଟିଏ ହସ ସହ ସମାଜରୁ ଅସାମାଜିକ ତତ୍ତ୍ୱକୁ ନଷ୍ଟ କରି ଭଲଙ୍କୁ ରକ୍ଷା କରାଯିବ ବୋଲି ଟ୍ୱିଟ୍‌ କରାଯାଇଛି । ଏଭଳି ପଦକ୍ଷେପ ନେଇ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁମ୍ବଇ ପୁଲିସ୍‌ ଗୋଟିଏ ପାଦ ଆଗକୁ ବଢାଇଛି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି । ମହିଳା ପୁଲିସ୍‌ ଅଧିକାରୀ ଅଳକା ମାଣ୍ଡଭେଙ୍କୁ ଏୟାରପୋର୍ଟ ଥାନାରେ ଅବସ୍ଥାପିତ କରାଯାଇଥିବାବେଳେ ରଶ୍ମୀ ଯାଦବ କୁଫି ପାରାଡେ ଥାନା, ମୃଦୁଳା ଲାଡଙ୍କୁ ସିଓନ ଥାନା, ଲତା ଶ୍ରୀସାତ ସାହାର ଥାନା, ଯୋସ୍ନା ରାସାମଙ୍କୁ ଭାନରାଇ ଥାନା, ରୋହଣୀ କାଲେଙ୍କୁ ପାଣ୍ଟାନାଗର ଥାନା, ବିଦ୍ୟାଲକ୍ଷ୍ମୀଙ୍କୁ ଆମରେ ଥାନା, କଳ୍ପନା ଗାଡେକାରଙ୍କୁ ବିକେସି ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply