କୃଷ୍ଣପ୍ରିୟା ଜିତିଲେ ବିଉଟି କ୍ରାଉନ

0

କଟକ:ସର୍ବଭାରତୀୟ ହେୟାର ଏବଂ ବିଉଟି ଆସୋସିଏସନ ପକ୍ଷରୁ ଆୟୋଜିତ ବିଉଟି କୁଇନ ପ୍ରତିଯୋଗିତାରେ କଟକର ମହିଳା କୃଷ୍ଣପ୍ରିୟା ତ୍ରିପାଠୀ(୫୨) ବିଉଟି କୁଇନ ମୁକୁଟ ପିନ୍ଧିଛନ୍ତି। ବରଗଡର ଟାଉନହଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରଦେଶରୁ ୨୨ଜଣ ମହିଳା ଭାଗନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ ଶ୍ରୀମତୀ କୃଷ୍ଣପ୍ରିୟା ଏହି ମୁକୁଟ ହାସଲ କରିବାରେ ସଫଳ ହୋଇଥିଲେ। ବିବାହିତ ମହିଳାଙ୍କ ପ୍ରତିଭାର ବିକାଶ ପାଇଁ ଇଣ୍ଡିଆନ ବିଉଟି କାଉନସିଲ ଓ ସର୍ବଭାରତୀୟ ହେୟାର ଆଣ୍ଡ ବିଉଟି ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୨୦୧୬ରେ ଭୁବନେଶ୍ୱର ମେଫେୟାର ହୋଟେଲରେ ଲାୟନ୍ସ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସେ ସ୍ୱୟଂସିଦ୍ଧା ମୁକୁଟ ହାସଲ କରିଥିଲେ।

Leave A Reply