ଉଚ୍ଚ ନ୍ୟାୟାଳୟରେ ଶୀତ ଅବକାଶ

କଟକ: ଓଡିଶା ଉଚ୍ଚନ୍ୟାୟାଳୟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଶୀତ ଅବକାଶ ସମୟରେ ବିଚାରପତି ବିଦ୍ୟୁତ୍‌ରଞ୍ଜନ ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ଡିସେମ୍ବର ୨୭, ୨୮, ୨୯, ୩୦ ଓ ୩୧ରେ ଉଚ୍ଚନ୍ୟାୟାଳୟରେ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ।

କରୋନା ସ୍ଥିତିକୁ ନେଇ ପୂୂର୍ବରୁ ଜାରି କରାଯାଇଥିବା କଟକଣା ଭିତରେ ଅବକାଶ ସମୟରେ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ କାର୍ଯ୍ୟ କରିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଅବକାଶ ଦାୟିତ୍ବରେ ଥିବା ଅଧିକାରୀ ଗ୍ରହଣ କରିବେ ବା ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମାମଲା ରୁଜୁ କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରି ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.