www.samajalive.in
Monday, December 8, 2025
27.1 C
Bhubaneswar

ବସୁଧା ଯୋଜନା ପାଣି ଟାଙ୍କି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଆଦର୍ଶ ଗ୍ରାମ ଏକ ନମ୍ବର ୱାର୍ଡ ବଡଦୁଆର ସାହିର ଶେଷ ଭାଗରେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ୫୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ହୋଇଥିବାବେଳେ ଟାଙ୍କି ଚତୁଃପାର୍ଶ୍ୱରେ ହୋଇଥିବା ପାଚେରୀ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଓ ଟାଙ୍କିର ଉପରି ଭାଗରେ ଫିନିସିଙ୍ଗ୍ ନକରି ଚୂନ ମାରି ଘୋଟାଲା କରିଥିବା ଉକ୍ତ ଗ୍ରାମର ଉଦୟ ମହାନନ୍ଦିଆ, ଗୌଡ଼ ବିବର, ଲାଲୁ ଭତ୍ରା, ଗରିବ ଗରଡ଼ିଆ, ରୂପଧର ଗରଡ଼ିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ବିଷୟରେ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡାଙ୍କୁ ଉକ୍ତ ଗ୍ରାମର ଯୁବକମାନେ ପଚାରିବାରୁ ଧମକ ଚମକ ଦେଇଥିବା କହିଛନ୍ତି। ଉକ୍ତ ଯନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଅନେକ ଥର ବିରୋଧ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିବା ଶୁଣିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ଯନ୍ତ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଆଗରୁ ଯେମିତି ଲେଖୁଥିଲେ ଏବେ ମଧ୍ୟ ଲେଖନ୍ତୁ ମୋର କିଛି କହିବାର ନାହିଁ ବୋଲି କହିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories