ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର : ଆସନ୍ତାକାଲି ବୁଧବାର ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପରେ ଏହା ବିଧାନସଭାର ଦ୍ୱିତୀୟ ଅଧିବେଶନ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟ ପ୍ରାୟ ୮୩୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ଚାଷୀ ପ୍ରସଙ୍ଗ, ସ୍ମିତାରାଣୀ ହତ୍ୟାକାଣ୍ଡ ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ସରକାରଙ୍କୁ ବିବୃତି ରଖିବାକୁ ଜୋରଦାର ଦାବି ଉପସ୍ଥାପନ କରାଯିବା ନେଇ ସ୍ଥିର ହୋଇଥିବା ସୂଚନା ମିଳିଛି।

kalyan agarbati

Comments are closed.