www.samajalive.in
Saturday, December 6, 2025
14.1 C
Bhubaneswar

କନ୍ଧମାଳରେ ଶୀତ ଲହରୀ ଜାରୀ; ଗ୍ରାମାଞ୍ଚଳ ଲୋକେ ନାକେଦମ୍‍

ଫୁଲବାଣୀ: କନ୍ଧମାଳ ଜିଲାରେ ଲଗାତର ପାରଦ ଖସିବାରେ ଲାଗିଛି। ଏହା ସହିତ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତ ତିନି ଦିନ ଧରି ଜିଲାର ଦାରିଙ୍ଗବାଡି, ଜି ଉଦୟଗିିରି ଓ ଅନ୍ୟ ଆଭ୍ୟନ୍ତରୀଣ ଅଂଚଳମାନଙ୍କରେ ତୁଷାରପାତ ଜାରୀ ରହିଥିବା ବେଳେ ଆଜି ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ବୁଧବାର ଫୁଲବାଣୀ ସହରରେ ଲଗାତର ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିରେ ୫ ଡିଗ୍ରୀ ରହିଥିଲା। ଆଜି ସକାଳୁ ଫୁଲବାଣୀ ବସଷ୍ଟାଣ୍ଡ ଓ ଅନ୍ୟ କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ଜି.ଉଦୟଗିରି ଠାରେ ପୂର୍ବ ଦିନ ମାନଙ୍କ ପରି ବୁଧବାର ଅଧିକ ତୁଷାରପାତ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଘରମାନଙ୍କ ଛାତ ଏବଂ ପାଳଗଦା ଉପରେ ତୁଷାରର ମୋଟା ଆସ୍ତରଣ ଦେଖାଯାଇଛି। ଦିନକୁ ଦିନ ପାରଦ ତଳକୁ ଖସୁଥିବାରୁ ଜନଜୀବନ ଦୁର୍ବିସହ ହୋଇପଡିଛି। କଳିଙ୍ଗା, ଲିଙ୍ଗାଗଡ, କତିଙ୍ଗିଆ, ପାବୁରିଆ, ମାଲିକପଡି, ରଟିଙ୍ଗିଆ, ଗ୍ରେସିଙ୍ଗିଆ ଭଳି ଗ୍ରାମାଂଚଳରେ ଜାଡର ପ୍ରଭାବ ଅଧିକ ଅନୁଭୁତ ହେଉଥିବା କୁହାଯାଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ରାତିସାରା ନିଆଁ ଜାଳି ବସି ରହୁଛନ୍ତି। ଅପରପକ୍ଷରେ ମାତ୍ରାଧିକ ଥଣ୍ଡା ଓ ତୁଷାରପାତ କାରଣରୁ ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଶିଛି। ଲଗାତାର ତୁଷାରପାତ ହେଲେ ଶୋରିଷ ଫସଲ ସହିତ ପନି ପରିବାରେ ଜଉ ପୋକ ଲାଗିବାର ଆଶଂକା ରହିଚି ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶୀଷ ମିଶ୍ର ସୂଚନା ଦେଇଛନ୍ତି। ଶୀତକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ଠାରେ ଟିମ୍‍ ହ୍ୟୁମାନିଟି ସଦସ୍ୟ ହିମାଂଶୁ ଶେଖର ସାହୁ , ଚିକୁ ପ୍ରଧାନ ଓ ନିତ୍ୟା ସୁନ୍ଦର ଦାସ ପ୍ରମୁଖ ଜିିି.ଉଦୟଗିରି ଅଞ୍ଚଳର ପଦାସାହି , ବୁଲୁସୁଗା ଓ ବ୍ଳକ କଲୋନିର ବିଭିନ୍ନ ଅଞ୍ଚଳରେ ରହୁଥିବା ଗରୀବ ଓ ଅସହାୟମାନଙ୍କୁ ପାଖକୁ ଯାଇ କମଳ ପ୍ରଦାନ କରିଥିବାର ଦେଖାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଶୀତର ପ୍ରାଦୁର୍ଭାବ ବୃଦ୍ଧି ପାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କମଳ ବଂଟନ କରାଯାଇନଥିବାର ଅଭିଯୋଗ ହୋଇଛି।

ସେହିପରି ଦାରିଙ୍ଗବାଡିରେ ଆଜି ତୃତୀୟ ଦିନ ପଇଁ ତୁଷାରପାତ ହୋଇଛି। ଦାରିଙ୍ଗବାଡିରେ ମଙ୍ଗଳବାର ରାତିର ତାପମାତ୍ରା ୫.୫ ଥିବା ବେଳେ ବୁଧବାର ଏହା ୫କୁ ଖସି ଆସିଛି। ପାରଦର ଏହି କ୍ରମାଗତ ନିମ୍ନଗତି ନିରାଶ୍ରୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଲଗାତାର ୩ଦିନ ଧରି ଦାରିଙ୍ଗବାଡ଼ିର ତାପମାତ୍ରା ହ୍ରାସ ପାଉଥିବା ବେଳେ ଲଗାତାର ଭାବେ ୩ଦିନ ଧରି ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗ୍ରାମରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ୩ୟ ଦିନରେ ସିମନବାଡ଼ି,ସମେତ ଗାନ୍ଦାରଗୁଡ଼ି,ଶିର୍କାବର୍ଗ, ବାଡ଼ାବାଙ୍ଗା ରାଜୀବ ନଗର, ସାରୁମାହା, ସଲାବାଡ଼ି, ଦଡ଼ିବାଡ଼ି, ଲାଦାମାଲା ତିଲୋରୀ, ବୁଡ଼ାଗୁଡା଼ କିରୁକୁଟୀ, ସୁଲୁମାହା ସିକରମାହା ଆଦି ସ୍ଥାନରେ ବରଫ ପଡି଼ଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବରଫପାତ ଦେଖିବାକୁ ମିଳିଥିବା ବେଳେ ସିମନବାଡ଼ି ଅଂଚଳରେ ରହିଥିବା ବିଭିନ୍ନ କାର ଗୁଡ଼ିକ ଉପରେ ପ୍ରାୟ ୧ ରୁ ୨ଇଂଚର ବରଫ ଆସ୍ତରଣ ଦେଖିବାକୁ ମିଳିଥିଲା ସେହିପରି ବିଭିନ୍ନ ଦୁର୍ଗମ ତଥା ଉପାନ୍ତ ଅଂଚଳରେ ମଧ୍ୟ ବରଫପାତ ଜାରି ରହିଥିବା ସୂଚନା ମିଳିଛି। ଅଂଚଳରେ ବରଫ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ ଉପାନ୍ତ ତଥା ଆଭ୍ୟନ୍ତରୀଣ ଇଲାକାରେ ବସବାସ କରୁଥିବା ଲୋକମାନେ ହାଡ଼ଭଙ୍ଗା ଶୀତ ଲହରୀ ଯୋଗୁଁ ସେମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିୁ। ଉପାନ୍ତ ଅଂଚଳରେ ତାପମାତ୍ରା ରୁ ୩ଡିଗ୍ରୀ ମଧ୍ୟରେ ରହୁଥିବାରୁ ସେଠାକାର ଅଂଚଳବାସୀ ମାନେ ସକାଳ ୧୦ଟାପରେ ଘରୁ ବାହାରକୁ ବାହାରୁଥିବା ବେଳେ ଦିନ ୩ଟାପର ଠାରୁ ଘରୁ ବାହାରିକା ଉଚିତ ମନେ କରୁନାହାନ୍ତି। ଘର ଭିତରେ ନିଆଁ ଲଗାଇ ସେମାନେ ଶୀତ ପ୍ରକୋପରୁ ବଂଚିବାକୁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏଯାଏଁ ପ୍ରଶାସନ ତରଫରୁ ଗରିବ ନିରୀହ ଲୋକମାନଙ୍କୁ ଶୀତବସ୍ତ୍ର ଯୋଗାଇ ଦିଆଯାଇନାହିଁ। ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମନାେ ଶୀତ ପୋଷାକ କିଣିବାରେ ସକ୍ଷମ ହୋଇପାରୁନାହାନ୍ତି।ଅନ୍ୟପକ୍ଷରେ ଶୀତର ମଜା ନେବା ପାଇଁ ଚା’ ଦୋକାନ ଆଗରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଅଛି। ଏହିପରି ଶୀତ ଆହୁରିନ ୨ରୁ୩ଦିନ ଧରି ଜାରି ହେିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଦାରିଙ୍ଗବାଡିଠାରେ ଚାଲଥିବା ଇକୋ ରିଟ୍ରିଟକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହି ପ୍ରବଳ ଥଣ୍ଡାକୁ ସହି ନ ପାରି କିଛି ଲୋକ ଫେରି ଯାଉଥିବା ଦେଖା ଯାଉଛି। ଏଭଳି ପାଗ ଆହୁରି ତିନି ଚାରି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆ ଯାଇଥିବା ବେଳେ ଜିଲା ପ୍ରଶାସନ ମଧ୍ୟ ଶୀତ ଲହରି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories