www.samajalive.in
Saturday, December 6, 2025
15.1 C
Bhubaneswar

କନ୍ଧମାଳରେ ଅସମ୍ଭାଳ ଥଣ୍ଡା: ଶୀତ ସମ୍ଭାଳିନପାରି ଫେରୁଛନ୍ତି ପର୍ଯ୍ୟଟକ

ଫୁଲବାଣୀ: କନ୍ଧମାଳ ଜିଲାରେ ଲଗାତାର ତୃତୀୟ ଦିନ ପାଇଁ ପାରଦ ଖସିଛି। ଏହାସହିତ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତ ତିନିଦିନ ଧରି ଜିଲାର ଦାରିଙ୍ଗବାଡି, ଜି.ଉଦୟଗିିରି ଓ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ଜାରି ରହିଥିବା ବେଳେ ଆଜି ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଲିଛି। ବୁଧବାର ଫୁଲବାଣୀ ସହରରେ ଲଗାତାର ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୫ ଡିଗ୍ରୀ ରହିଥିଲା। ଆଜି ଭୋରରୁ ସକାଳୁ ଫୁଲବାଣୀ ବସଷ୍ଟାଣ୍ଡ ଓ ଅନ୍ୟ କେତେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଥିଲା। ଜି.ଉଦୟଗିରି ଠାରେ ବୁଧବାର ଅଧିକ ତୁଷାରପାତ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଘର ଛାତ ଏବଂ ପାଳଗଦା ଉପରେ ତୁଷାରର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ଦିନକୁ ଦିନ ପାରଦ ଖସୁଥିବାରୁ ଜନଜୀବନ ଦୁର୍ବିସହ ହୋଇପଡିଛି। କଳିଙ୍ଗା, ଲିଙ୍ଗାଗଡ, କତିଙ୍ଗିଆ, ପାବୁରିଆ, ମାଲିକପଡି, ରଟିଙ୍ଗିଆ, ଗ୍ରେସିଙ୍ଗିଆ ଭଳି ଆଭ୍ୟନ୍ତରୀଣ ଇଲାକାରେ ଜାଡର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ରାତିସାରା ନିଆଁ ଜାଳି ବସି ରହୁଛନ୍ତି। ଅନ୍ୟପକ୍ଷରେ ଶୀତର ମଜା ନେବାକୁ ଦାରିଙ୍ଗବାଡି ଆସୁଥିବା ପର୍ଯ୍ୟଯକମାନେ ଅସହ୍ୟ ଶୀତ ସମ୍ଭାଳି ନପାରି ଫେରି ଯାଉଛନ୍ତି।


ମାତ୍ରାଧିକ ଥଣ୍ଡା ଓ ତୁଷାରପାତ କାରଣରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି। ଲଗାତାର ତୁଷାରପାତ ହେଲେ ସୋରିଷ ଫସଲ ସହିତ ପନିପରିବାରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଗରିବଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇନି।
ସେହିପରି ଦାରିଙ୍ଗବାଡିରେ ଆଜି ତୃତୀୟ ଦିନ ପଇଁ ତୁଷାରପାତ ହୋଇଛି। ଦାରିଙ୍ଗବାଡିରେ ମଙ୍ଗଳବାର ରାତିର ତାପମାତ୍ରା ୫.୫ ଥିବା ବେଳେ ବୁଧବାର ଏହା ୫କୁ ଖସି ଆସିଛି। ପାରଦର ଏହି କ୍ରମାଗତ ନିମ୍ନଗତି ନିଃସହାୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୩ଦିନ ଧରି ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗ୍ରାମରେ ତୁଷାର ଆସ୍ତରଣ ଦେଖିବାକୁ ମିଳିଛି। ଆଜି ସିମନବାଡ଼ି,ଗାନ୍ଦାରଗୁଡ଼ି, ଶିର୍କାବର୍ଗ, ବାଡ଼ାବାଙ୍ଗା ରାଜୀବ ନଗର ,ସାରୁମାହା ,ସଲାବାଡ଼ି ,ଦଡ଼ିବାଡ଼ି, ଲାଦାମାଲା ତିଲୋରୀ, ବୁଡ଼ାଗୁଡା଼ କିରୁିକୁଟୀ, ସୁଲୁମାହା ସିକରମାହାଆଦି ସ୍ଥାନରେ ତୁଷାରପାତ ହୋଇଛି। ସିମନବାଡ଼ି ଓ ଏହାର ଆଖପାଖ ଗଁାରେ ୧ ରୁ ୨ ଇଞ୍ଚର ତୁଷାର ଆସ୍ତରଣ ଦେଖିବାକୁ ମିଳିଥିଲା ।

- Advertisement -

ଆଭ୍ୟନ୍ତରୀଣ ଇଲାକାରେ ବସବାସ କରୁଥିବା ଲୋକେ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ରୁ ୩ଡିଗ୍ରୀ ମଧ୍ୟରେ ରହୁଥିବାରୁ ସେଠାକାର ଲୋକେ ସକାଳ ୧୦ଟା ପୂର୍ବରୁ ଘରୁ ବାହାରି ପାରୁ ନାହଁାନ୍ତି। ଘର ଭିତରେ ନିଆଁ ଲଗାଇ ଶୀତ ପ୍ରକୋପରୁ ବଞ୍ଚିବାକୁ ପ୍ରୟାସ ଜାରି କରୁଛନ୍ତି।
ଏଣେ ଶୀତର ମଜା ନେବା ପାଇଁ ଚା’ ଦୋକାନ ଆଗରେ ଭିଡ଼ ଜମୁଛି। ଦାରିଙ୍ଗବାଡିଠାରେ ଚାଲଥିବା ଇକୋ ରିଟ୍ରିଟକୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ପ୍ରବଳ ଥଣ୍ଡାକୁ ସହି ନ ପାରି କିଛି ଲୋକ ଫେରି ଯାଉଥିବା ଦେଖାଯାଉଛି। ଏଭଳି ପାଗ ଆହୁରି ତିନି ଚାରି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆ ଯାଛି। ଜିଲା ପ୍ରଶାସନ ମଧ୍ୟ ଶୀତ ଲହରି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories