BSKY banner  750×100

ସର୍ବଦା ମୋବାଇଲରେ ବ୍ୟସ୍ତ ରହୁଥିଲେ ପତ୍ନୀ: ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

nua o banner

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକାଂଶ ସମୟ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀ ଅୟାଜ ଅହମଦ ଆନ୍‍ସାରୀ(୨୬) ପତ୍ନୀ ରେଶମା ଓରଫ୍‍ ନୈନା ମଙ୍ଗଲାନୀ(୨୨)ଙ୍କୁ ବୁଲାଇବା ବାହାନାରେ ନେଇ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥରେ ତଣ୍ଟି ଚିପି ତାଙ୍କର ହତ୍ୟା କରିଛି। ହତ୍ୟା କରିବା ପରେ ରେଶମାଙ୍କୁ ଯେପରି କେହି ଚିହ୍ନଟ କରି ନ ପାରିବେ ସେଥିପାଇଁ ପଥରରେ ମୃତଦେହର ମୁଣ୍ଡ ଓ ମୁହଁକୁ ଛେଚି ବିଭତ୍ସ କରି ଦେଇଛି। ସୋମବାର ମୃତଦେହ ମଳିବା ପରେ ତଦନ୍ତ କରି ପୁଲିସ ଅୟାଜକୁ ଗିରଫ କରିଛି।

ପୁଲିସ ପଚରାଉଚରା କରିବା ସମୟରେ ଅୟାଜ କହିଛି, “ରେଶମାଙ୍କର ଫେସବୁକରେ ୬ ହଜାରରୁ ଊର୍ଦ୍ଧ୍ବ ଫଲୋୟର୍ସ ରହିଛନ୍ତି ଓ ପୁରା ଦିନ ସେ ନିଜ ମୋବାଇଲରେ ବ୍ୟସ୍ତ ରହୁଥିଲେ। ମୋର ତାଙ୍କ ଉପରେ ସନ୍ଦେହ ଥିଲା। ଏହାକୁ ନେଇ ଆମ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଛି। ଶେଷରେ ଅତିଷ୍ଠ ହୋଇ ମୁଁ ତାଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଲି”।

ଅଭିଯୁକ୍ତର କହିବାନୁସାରେ, ରବିବାର ସକାଳେ ସେ ବାପଘରୁ ରେଶମାଙ୍କୁ ବୁଝାଇ ସୁଝାଇ ଡାକିଥିଲା। ତା’ପରେ ତାଙ୍କୁ ଦିନ ସାରା ବୁଲାଇଥିଲା। ଅନ୍ଧାର ହୋଇଯିବା ପରେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥକୁ ନେଇ ଯାଇ ଅୟାଜ ତଣ୍ଟି ଚିପି ରେଶମାଙ୍କ ହତ୍ୟା କରିଥିଲା ଓ ଏହାପରେ ମୃତ ରେଶମାଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଦେଇଥିଲା। ପୁଲିସର କହିବାନୁସାରେ, ଦମ୍ପତିଙ୍କର ୩ ମାସର ଏକ ଶିଶୁ ପୁତ୍ର ମଧ୍ୟ ରହିଛି।

Comments are closed.