www.samajalive.in
Sunday, December 7, 2025
23.1 C
Bhubaneswar

ଜଳପ୍ରଳୟରେ ମୁମ୍ବଇ ବେହାଲ, ପ୍ରବଳ ବର୍ଷା ଚେତାବନୀ

ମୁମ୍ବଇ : ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ମୂଷଳ ଧାରାରେ ବର୍ଷା ହେଉଛି। ମୁମ୍ବଇର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଅନେକ ଅଞ୍ଚଳରେ ରାସ୍ତା ଉପରେ ଅଣ୍ଟାଏରୁ ଛାତି ଯାଏଁ ପାଣି ଚାଲୁଛି। ଥାଣେ ଏବଂ ନଭୀ ମୁମ୍ବଇ ଅଞ୍ଚଳରେ ଜଳପ୍ରଳୟର ଅଧିକ ପ୍ରଭାବ ପଡିଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଚେତାବନୀ ଜାରି କରିଛି। ଏହାକୁ ନେଇ ମୁମ୍ବଇବାସୀ ଆତଙ୍କିତ ହୋଇପଡିଛନ୍ତି।
ଜୋଗେଶ୍ୱରୀରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବଇ ୱଷ୍ଟେର୍ଣ୍ଣ ଏକ୍ସପ୍ରେସ୍‍ ରାଜପଥ ଜଳାର୍ଣ୍ଣବ ହୋଇଯାଇଛି। ମୁମ୍ବଇ, ନଭୀ ମୁମ୍ବଇ, ଥାଣେ, ପାଲଗଡ଼ ସହ ଉତ୍ତର କୋଂକଣ ଅଞ୍ଚଳରେ ଆଉ ୪ରୁ ୬ ଘଣ୍ଟା ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ବର୍ଷା ଯୋଗୁଁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନକୁ ବାତିଲ କରିଦିଆଯାଇଛି । ସେହିପରି ବିମାନ ବାତିଲ ହୋଇଛି । ଫଳରେ ସାଧାରଣ ପରିବହନ ବୈବସ୍ଥା ଠପ ହୋଇଯାଇଛି । ପାଲଗଡ଼ ଜିଲାପାଳ କୈଳାସ ଶିନ୍ଦେ ଜିଲାର ସମସ୍ତ ସ୍କୁଲ ଏବଂ କଲେଜ ଶନିବାର ବନ୍ଦ ରଖିବାକୁ ନିର୍ଦେଶ ଜାରି କରିଛନ୍ତି। ବର୍ଷା ପାଣି ନିଷ୍କାସିତ ହୋଇନପାରି ମୁମ୍ବଇର କେତେକ ଅଞ୍ଚଳର ଘର ଭିତରକୁ ପାଣି ପଶିଛି। ମୁମ୍ବଇ-ଗୋଆ ରାଜପଥର ରାୟଗଡ଼ଠାରେ ଭୂସ୍ଖଳନ ଘାଟି ରାସ୍ତା ବନ୍ଦ ହୋଇଯାଇଛି। ତେଣୁ ଏହି ରାଜପଥର ଉଭୟ ପାର୍ଶ୍ବରେ ଯାନବାହାନଙ୍କ ଲମ୍ବା ଧାଡି ଲାଗିଛି। ଥାଣେରେ ସମସ୍ତ ସରକାରୀ ସ୍କୁଲ ବନ୍ଦ କରିଦିଆଯାଇଛି। ମୁମ୍ବଇର ମଲାଡ଼ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଛି। ମୁମ୍ବଇରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇଛି। କୁହାଯାଉଛି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ। ମୁମ୍ବଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ମୁମ୍ବଇ ସହରରେ ୧୫୪୬.୬ ମିମି ବର୍ଷା ହୋଇଥିଲା। ପାଣିପାଗ ବିଭାଗ ଶନିବାର ରାତି ଏବଂ ରବିବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି। ପଶ୍ଚିମ ତଟ ସମେତ ଅନ୍ୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories