www.samajalive.in
Monday, December 15, 2025
24.1 C
Bhubaneswar

ନବରଙ୍ଗପୁରରେ ଚାଲିଛି ବ୍ୟାପକ ଦୁର୍ନୀତି ; ଭିଜିଲାନ୍ସ ବିଭାଗ ଡିଏସ୍‍ପି ଓ ଇନ୍ସପେକ୍ଟରଙ୍କ ବଦଳି ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲାର ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ଭାରପ୍ରାପ୍ତ ଡିଏସପି ତଥା ଇନ୍ସପେକ୍ଟର ଭିଜିଲାନ୍ସ ଅଧୀକାରୀ ଭଳି କାର୍ଯ୍ୟ କରୁ ନ ଥିବାରୁ ସେମାନଙ୍କୁ ତୁରନ୍ତ ବଦଳି କରି ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଅବିଭକ୍ତ କୋରାପୁଟ ଜିଲା ମୂଳନିବାସୀ ବିକାଶ ପରିଷଦର ସଭାପତି ଚନ୍ଦ୍ରଧ୍ୱଜ ମାଝୀ ଦାବି କରିବା ସହ ଏସଂପର୍କରେ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ କମିଶନରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ନବରଙ୍ଗପୁର ଜିଲା ଆଦିବାସୀ ଅଧ୍ୟୁସିତ ଅଞ୍ଚଳହୋଇଥିବାବେଳେ ୧୦ଟି ବ୍ଳକର ରହିଛି। ଏଠାରେ ଅଧିକାଂଶ ଅଫିର ଓ ଯନ୍ତ୍ରୀମାନେ ଅଳ୍ପ ଓ ବହୁତ ଦୁର୍ନୀତିରେ ବୁଡି ରହିଛନ୍ତି। ରାଜ୍ୟସରକରଙ୍କର କୋଟିକୋଟି ଟଙ୍କାର ଯୋଜନାକୁ ସଠିକ୍‍ ଭାବେ ବିନିଯାଗ କରୁନାହାନ୍ତି। ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକୁ କାଗଜ କଲମ କାର୍ଯ୍ୟକଲାଭଳି ଦର୍ଶାଇ ସିଂହ ଭାଗ ଅର୍ଥକୁ ଆତ୍ମସାତ କରୁଛନ୍ତି। ଯାହାଫଳରେ ସରକାରୀ ଯୋଜନା ସଫଳ ହୋଇ ପାରୁନାହିଁ। ଅନେକ ଯୋଜନାର ମିଥ୍ୟା ବିନିଯୋଗ ପତ୍ରଦେଇ ସରକାରଙ୍କୁ ଦିଆଯାଇଛି। ବ୍ଲକର ସ୍ତର ଓ ପଞ୍ଚାୟତସ୍ତରରେ ପିଇଓ ଓ ଜିଆରଏସ ମାନେ ସରକାରଙ୍କର ଯୋଜନାର ଅର୍ଥ ମିଥ୍ୟା ବିଲ କରି ବ୍ୟାପକ ଟଙ୍କା ଆତ୍ମସାତ କରୁଛନ୍ତି। ଏମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ନବରଙ୍ଗପୁର ଜିଲାର ଭିଜିଲାନ୍ସ ବିଭାଗର ଡିଏସପି ଓ ଇନ୍ସପେକ୍ଟର ସଠିକ ଭାବେ କାର୍ଯ୍ୟ କରୁନାହାନ୍ତି। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ଏହି ଜିଲାରେ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣରେ କୋଟିକୋଟି ଟଙ୍କା ଆତ୍ମସାତ୍ କରାଯାଇଥିବାବେଳେ ଭିଜିଲାନ୍ସ ବିଭାଗ ଚେଇଁ ଶୋଇ ରହିଛନ୍ତି। ବନବିଭାଗର ଚାରାରୋପଣ, ତାରବାଡ ନିର୍ମାଣ, ସିମେଣ୍ଟଖୁଣ୍ଟ ବଦଳରେ କାଠଖୁଣ୍ଟ ବ୍ୟବହାର କରି କୋଟି କୋଟି ସରକାରୀଙ୍କ ଟଙ୍କାକୁ ସଦୁପଯୋଗ କରାଯାଇ ନାହିଁ।  ବନପାଳ ଓ ରେଞ୍ଜରମାନେ ଟଙ୍କା ଆତ୍ମସାତ କରୁଥିଲେ ମଧ୍ୟ ଭିଜିଲାନ୍ସ ବିଭାଗ କିଛି କରି ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି  ରାଜ୍ୟର ମୁଖ୍ୟଶାସନ ସଚିବ ଓ ଉନ୍ନୟନ କମିଶନର ଏଥିପ୍ରତି ଦୃଷ୍ଟିଦେଇ ଦକ୍ଷ ଭିଜିଏଲାନ୍ସ ଡିଏସପି ଓ ଇନ୍‍ସପେକ୍ଟର ନିଯୁକ୍ତି ଦେବାକୁ ଦାବି କରିଛନ୍ତି। 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories